ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପଞ୍ଚୁ ଦେଉଳ ସାହିରେ ତ୍ରିନାଥ ମନ୍ଦିର ପରିଚାଳନା କମିଟି ତରଫରୁ ନାମ ସଂକୀର୍ତ୍ତନ ଓ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପଞ୍ଚୁ ଦେଉଳ ସାହିରେ ତ୍ରିନାଥ ମନ୍ଦିର ପରିଚାଳନା କମିଟି ତରଫରୁ ନାମ ସଂକୀର୍ତ୍ତନ ଓ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭଜନ ଓ ନୃତ୍ୟ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବନେତା ଅତୁଲ୍ୟ ପାଢ଼ୀ, କଂଗ୍ରେସର କାର୍ଯ୍ୟକାରୀ ସଭାପତି ଦୀପକ ପଟ୍ଟନାୟକ, ସମାଜସେବୀ ରଶ୍ମି ରଞ୍ଜନ ପଟ୍ଟନାୟକ, ଯୁବ କଂଗ୍ରେସ ସଭାପତି ବିଶ୍ୱଜିତ ସାହୁ, ମହନ୍ତ ନୃତ୍ୟ ଗୋପାଳା ଦାସ, ପୂର୍ବତନ କର୍ପୋରେଟର ବୀରେନ ପଟ୍ଟନାୟକ, ପ୍ରଫୁଲ କୁମାର ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ କମିଟି ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଉରୀ ବେହେରା, ୱାଇ. ଶ୍ରୀନିବାସ, ଏ. ବଳରାଜୁ, ସିମାଞ୍ଚଳ ନାୟକ, ସନ୍ତୋଷ ଗୌଡ଼, ଅଜୁର୍ନ ନାୟକଙ୍କ ସମେତ ବହୁ ସାହି ବାସିନ୍ଦା ଅଂଶ ଗ୍ରହଣ କରି ସହଯୋଗ କରିଥିଲେ । 

ରିପୋର୍ଟ : ନିମାଇଁ ଚରଣ ପଣ୍ଡା 

ରିପୋର୍ଟ : ନିମାଇଁ ଚରଣ ପଣ୍ଡା