

ଛତ୍ରପୁର (ସମୃଦ୍ଧ ଓଡିଶା) ପବିତ୍ର ଦୀପାବଳୀ ଅବସରରେ ଗଞ୍ଜାମ ଜିଲ୍ଲା ହକି ସଂଘ ପକ୍ଷରୁ ଛତ୍ରପୁରରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ପ୍ରଥମେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଖେଳାଳୀ, କୋଚ ଓ ସଂଘର କର୍ମକର୍ତ୍ତାମାନେ ଶୁଭେଚ୍ଛା ଜ୍ଞାପନ କରିଥିଲେ । ମିଡିଆ ସେଲର ସଂଯୋଜକ ନିମାଇଁ ଚରଣ ପଣ୍ଡା, କୋଚ ସିମାଞ୍ଚଳ ଗୌଡ ଓ ରବିନ୍ଦ୍ର ସେନାପତିଙ୍କ ସମେତ ଖେଳାଳିମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହାସହ ସମସ୍ତେ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ ଗଣେଶ ବାବୁଙ୍କୁ ମଧ୍ୟ ଭେଟି ଶୁଭେଚ୍ଛା ଜ୍ଞାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ଛତ୍ରପୁର ହକି ଏସୋସିଏସନର ତୁଷାର କାନ୍ତ ପାଣ୍ଡେ, (ବାଦଲ) ଏମ୍, ମୋହନ ରାଓ, ଏସ୍ ଶ୍ରୀନୁ ବାସ୍ ରେଡି, ଶ୍ରୀନୁବାସ୍ ଦରା, ତାରକେଶରୀ ରାଓ, ଆଦି ସାଇଁ ବିଦୁ ଯାନୀ, ଶୁଭମ୍ଭ ବେହେରା, ଦିପୁ ମହାପାତ୍ର ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
