ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ପବିତ୍ର ବଡ ଦିନରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଧରାବରଣ କରିଥିଲେ l ଆଜିର ଦିନକୁ ମାନେ ପକାଇବା ପାଇଁ କାହ୍ନl ଚାରିଟେବୁଲ ଟ୍ରଷ୍ଟ ତରଫରୁ ଏକ ଛୋଟ ପ୍ରୟାସ କରାଯାଇଥିଲା । ପୁରୁଣା ଖ୍ରୀଷ୍ଟିଆନ ସାହି, ହିଲପାଟଣା ଓ ଖଲାସି ସାହି ଠାରେ କୁନି କୁନି ପିଲାମାନଙ୍କୁ ବ୍ରେଡ, ବିସ୍କୁଟ, କମଳା, ଇତ୍ୟାଦି ବଣ୍ଟନ କରାଯାଇ ସାନ୍ତାକ୍ଲାଜ ଉପହାର ଦେବା କଥା ସ୍ମରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଶ୍ରୀମତୀ ରଞ୍ଜନା ମିଶ୍ରଙ୍କ ପୌରହିତ୍ୟରେ ଟ୍ରଷ୍ଟର ସଦସ୍ୟ ଓ ସଦସ୍ୟା ବିଷ୍ଣୁ ପ୍ରିୟା ପାଢ଼ୀ, ସନ୍ତୋଷ ପାଣିଗ୍ରାହୀ, କଳ୍ପନା ନାୟକ, ବିଶ୍ୱନାଥ ପାତ୍ର, ସୌମ୍ୟକାନ୍ତ ମହାପାତ୍ର, ଦୟା ରାମ ଯାନୀ, ସସ୍ମିତା ମିଶ୍ର, ତମାନ୍ନା ନାୟକ, ସସ୍ମିତା ସାହୁ, ରାମ ଚନ୍ଦ୍ର ପଣ୍ଡା, ବି.ସତୀଶ, ରାକେଶ ମାଲୁ, ସୁବସିନୀ ପଟ୍ଟନାୟକ, ବୃନ୍ଦାବନ ବେହେରା, ପି.କୋମଳି, ବଂଶୀଧର ଦାସ, ମୃତ୍ୟୁଞ୍ଜୟ ମହାନ୍ତି, ବିଜୟ ମହାନ୍ତି, ପ୍ରୀତି ପଟ୍ଟନାୟକ, ବାବୁଲା ମହାପାତ୍ର, ସ୍ୱର୍ଣ୍ଣ ଲତା ସାହୁ, କେ.ଈଶ୍ୱର, କପିଳ ପାଢି, ଦିନେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା