

ବ୍ରହ୍ମପୁର/ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ହେଉଛି ପବିତ୍ର ରଜ ସଂକ୍ରାନ୍ତି । ଏହି ଅବସରରେ ଗାଁ ଠୁ ସହର ଚଳଚଞ୍ଚଳ ହୋଇଉଠିଛି । ଏଥିରୁ ବାଦ୍ ପଡିନାହାଁନ୍ତି ବ୍ରହ୍ମପୁର ବାସିନ୍ଦା । ସହରର ସମସ୍ତ ଘରେ ଘରେ ପାଳନ ହୋଇଛି ଏହି ରଜ ପର୍ବ । ସେହିପରି ବ୍ରହ୍ମପୁରର ଏଡିଆଇଭି ଅନୁଷ୍ଠାନ ପକ୍ଷରୁ ଡାଇମଣ୍ଡ ଜୁବୁଲି ଟାଉନ ହଲ ଠାରେ ପାଳିତ ହୋଇଯାଇଛି ରଜ ପର୍ବ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତେ ପିଠା ପଣା ଖାଇ ରଜ ପର୍ବ ପାଳନ କରିଛନ୍ତି । ଏଥିରେ ବହୁ ସଂଖ୍ୟାରେ ପିଲାଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଅଂଶ ଗ୍ରହଣ କରି ଏହି ପର୍ବ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜି. ଆଦୀନାରାୟଣ ପାତ୍ର, ଏ. ଶେଖର ଚନ୍ଦ୍ର ପାତ୍ର, ନଳିନୀକାନ୍ତ ତ୍ରିପାଠୀ, ଶ୍ରୀନିବାସ, ବିଶ୍ୱନାଥ ପଟ୍ଟନାୟକ, ଯୁଗଳ ବ୍ରହ୍ମା, ସରିତା ପାତ୍ର, ସବିତା କୋଠିଆ, ସୁନିତା, ମିନି ଯୋଗ ଦେଇଥିଲେ । ସେପଟେ ଛତ୍ରପୁରରେ ମଧ୍ୟ ବହୁ ଆଡମ୍ବର ସହ ରଜ ପର୍ବ ପାଳନ କରିଥିବା ବେଳେ ଛତ୍ରପୁରର ଅସିତ କୁମାର ସେନାପତିଙ୍କ ପାନ ଦୋକାନରେ ବିଭିନ୍ନ ପ୍ରକାରର ମିଠା ପାନ ପ୍ରସ୍ତୁତି କରି ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା । ଲୋକମାନେ ସେହି ମିଠା ପାନ ଖାଇ ବହୁ ମଜା ନେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


