ପବିତ୍ର ରାଧାଷ୍ଟମୀ ଉପଲକ୍ଷେ ନନ୍ଦଗାଓଁ ଗୋ-ଶାଳାରେ ତୁଳସୀ ଅର୍ଚ୍ଚନ ଯଜ୍ଞ ଆୟୋଜିତ

ଭୁବନେଶ୍ୱର/ରାଉରକେଲା(ସମୃଦ୍ଧଓଡିଶା) ଗୋ-ମନ୍ଦିର ସେବାଟ୍ରଷ୍ଟ ପକ୍ଷରୁ ନନ୍ଦଗାଓଁ ଗୋ-ଶାଳାରେ ପୂର୍ବ ସୂଚନା ଓ ଘୋଷଣା ମୁତାବକ ପବିତ୍ର ରାଧାଷ୍ଟମୀ ଉପଲକ୍ଷେ ନିଆରା ଢଙ୍ଗରେ ତୁଳସୀ ଅର୍ଚ୍ଚନ ଯଜ୍ଞ ଆୟୋଜିତ ହୋଇଛି୤ ଟ୍ରଷ୍ଟ୍‌ର ଅଧ୍ୟକ୍ଷ ଗଣେଶ ବାଗାଡ଼ିଆ ଏବଂ ଉପାଧ୍ୟକ୍ଷା ମଞ୍ଜୁଦେବୀ ବାଗାଡ଼ିଆଙ୍କ ନେତୃତ୍ବରେ ବିଭିନ୍ନ ବର୍ଗର ମହିଳାମାନେ ତୁଳସୀ ଅର୍ଜନ ଯଜ୍ଞ ମାଧ୍ୟମରେ ଶ୍ରୀକୃଷ୍ଣ ଏବଂ ରାଧାରାଣୀଙ୍କୁ ପୂଜାର୍ଚ୍ଚନା ସହିତ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ପବିତ୍ର ତୁଳସୀ ଅର୍ପଣ କରିଛନ୍ତି୤ ହିନ୍ଦୁ ଶାସ୍ତ୍ରରେ ତୁଳସୀ ଗଛ ଓ ତୁଳସୀ ପତ୍ରର ମହତ୍ବ ସର୍ବାଧିକ୤ ଏହି ପବିତ୍ର ତୁଳସୀ ପତ୍ରକୁ ମନ୍ତ୍ର ସହିତ ପୂଜାର୍ଚ୍ଚନା ମାଧ୍ୟମରେ ଅର୍ପଣ କରାଯିବା ଏକ ସକାରାତ୍ମକ ଏବଂ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଥାଏ୤ ତେଣୁ ଶ୍ରୀ ଏବଂ ଶ୍ରୀମତୀ ବାଗାଡ଼ିଆଙ୍କ ଦ୍ବାରା ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସହରବାସୀଙ୍କୁ ଗୋ-ଶାଳା ସହିତ ଯୋଡ଼ାଯିବାର ପ୍ରୟାସ କରାଯାଇଛି୤ ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ବର୍ଗର ମହିଳାମାନଙ୍କ ସମେତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ୤

ରିପୋର୍ଟ : ରଜତ ମହାପାତ୍ର