ରାୟଗଡା (ସମୃଦ୍ଧ ଓଡିଶା) ପ୍ରେମରେ ଅନ୍ଧ ହୋଇ ନିଜ ପୁଅକୁ ପ୍ରେମିକା ସହ ମିଶି ହତ୍ୟା କଲା ମା । ପରକୀୟା ପ୍ରୀତିରେ ପାଗଳ ହୋଇ ନିଜର ଦୁଇ ବର୍ଷିଆ ଶିଶୁକୁ ଜୀବନରୁ ମାରିଲା ମା’ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ରାୟଗଡା ସହରରେ । ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିଲେ ଅଶୋକ ଦାସ ଏବଂ ତାଙ୍କ ପତ୍ନି ସକିଲା ଦାସା । ସକିଲା ପାର୍ବଣ ଋତୁରେ ରାଜ୍ୟର ବିଭିନ୍ନ ଜିଲାକୁ ଯାଇ ମିନା ବଜାରରେ ସାମଗ୍ରୀ ବିକ୍ରୟ କରି ପରିବାର ପ୍ରତିପୋଷଣ ବାବଦରେ ନିଜ ସ୍ୱାମୀଙ୍କୁ ସହଯୋଗ କରିଥାନ୍ତି । ଏହି କ୍ରମରେ ରାୟଗଡା ଜିଲାକୁ ପୂଜା ସମୟରେ ଆସି ଷ୍ଟଲ ପକାଇଥାନ୍ତି ସକିଲା ଦାସ । ଏହି ସମୟରେ ରାୟଗଡ଼ା ସହରର ଉମାଶଙ୍କର ସିନେମା ହଲ ନିକଟରେ ରହୁଥିବା ଯାଜପୁର ଜିଲା ବାରିଙ୍ଗ୍ ଗ୍ରାମର ଯୁବକ ପାର୍ଥସାରଥୀ ଧଳଙ୍କ ସମ୍ପର୍କରେ ଆସିଥିଲେ ସକିଲା । ଅଳ୍ପ ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ରାୟଗଡ଼ା ସହରରେ ଗତ ଗଜଲକ୍ଷ୍ମୀ ପୂଜା ସମୟରେ ସ୍ୱାମୀଙ୍କୁ ମୀନା ବଜାରରେ ବ୍ୟବସାୟ କରିବା ସକାଶେ ଯିବା ପାଇଁ କହି ସକିଲା ନିଜ ପ୍ରେମିକ ସାରଥି ଧଳଙ୍କ ନିକଟରେ ରହିଥିଲେ । ଏକତ୍ର ହୋଇ ରହିବାରୁ ସମ୍ପର୍କ ଅଧିକ ଗଭୀର ହେବା ପରେ ଦୁଭେଁ ସବୁଦିନ ପାଇଁ ଏକତ୍ରିତ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏହି ଯୋଜନାରେ କଣ୍ଟା ସାଜିଲା ସକିଲାଙ୍କ ଦୁଇ ବର୍ଷର ପୁଅ । ସବୁଦିନ ପାଇଁ ପ୍ରେମିକଙ୍କ ସାଥିରେ ରହିବା ପାଇଁ ଯୋଜନା କରି ଗତ ଅକ୍ଟୋବର ୨୪ତାରିଖ ଦିନ ସ୍ୱାମୀ ଅଶୋକକୁ ମିଛ କହି ରାୟଗଡ଼ାରେ ଆସି ପହଞ୍ଚିଥିଲେ ସକିଲା ଏବଂ ତାଙ୍କ ପୁଅ । ତେବେ ପ୍ରେମିକା ସାଥିରେ ପୁଅ ଆସିଥିବା ଦେଖି ସାରଥି ଧଳ ଉତ୍ତ୍ୟକ୍ତ ହୋଇ ସକିଲାଙ୍କ ସହ ବଚସା କରିଥିଲେ । ଏହାକୁ ଦେଖି ଶିଶୁ କାନ୍ଦି ପକାଇଥିବାରୁ ଏଥିରେ ଉତ୍କ୍ଷୀପ୍ତ ହୋଇ ପ୍ରିମୀ ସାରଥି ଧଳ ଶିଶୁକୁ ମାରପିଟ ଆରମ୍ଭ କରିଥିଲା । ପରେ ଶିଶୁର ମା’ସଖିଲା ପ୍ରମିକର କଥାରେ ପଡି ନିଜ ସନ୍ତାନକୁ ମର୍ମନ୍ତୁଦ ପ୍ରହାର କରିଥିଲେ । ଫଳରେ ଶିଶୁଟି ଘଟଣାସ୍ଥଳରେ ଅଚେତ ହୋଇପଡ଼ିଥିଲା । ଏହା ଦେଖି ଉଭୟ ଶିଶୁଟିକୁ ସ୍ଥାନୀୟ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଳୟ ଆସିବା ପୂର୍ବରୁ ଶିଶୁଟିର ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ ଡାକ୍ତର । ଏଥିସହ ଟାଉନ ଥାନା ଅଧିକାରୀଙ୍କ ଏହି ଅପମୃତ୍ୟୁ ମାମଲା ସମ୍ପର୍କରେ ଡାକ୍ତର ପୁଲିସ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ପୁଅର ମୃତ୍ୟୁ ଖବର ପାଇ ସକିଲାଙ୍କ ସ୍ୱାମୀ ଅଶୋକ ରାୟଗଡ଼ା ଚିକିତ୍ସାଳୟରେ ପହଞ୍ଚିଥିଲେ । ଶିଶୁର ମୃତ ଦେହ କ୍ଷତ ବିକ୍ଷେତ ହୋଇଥିବା ଦେଖି ସନ୍ଦେହ ଉପୁଜିବାରୁ ଆଶୋକ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାର ପୁଲିସ ମା’ ସକିଲାଙ୍କୁ ଅଟକ ରଖି ପଚରା ଉଚରା କରିବାରୁ ଛୁଆ କାନ୍ଦିବାରୁ ଉତ୍ତ୍ୟକ୍ତ ହୋଇ ପିଠିକୁ ମାଡ ମାରିଥିବାରୁ ଶିଶୁ ଅଚେତ ହୋଇ ତଳେ ପଡିଯାଇଥିଲା ବୋଲି ସକିଲା ପୁଲିସ ନିକଟରେ ସ୍ୱୀକାର କରିଥିଲେ । ତେବେ ଉଭୟ ପ୍ରେମିକ ଓ ପ୍ରେମିକା ଶିଶୁଟିକୁ ନିସ୍ତୁକ ମାଡ଼ ମାରିଥିବାରୁ ଶିଶୁଟି ମୃତ୍ୟୁବରଣ କରିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହେବା ପରେ ପୁଲିସ ଅଧିକାରୀ ଉଭୟ ପାର୍ଥସାରଥି ଧଳ ଓ ପ୍ରେମିକା ସକିଲା ଦାସଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଏସପି ଡ଼ଃ. ଶର୍ବଣା ବିବେକ୍.ଏମ୍ ସୂଚନା ଦେଇଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ