ପରିବହନ କମିଶନରଙ୍କୁ ଭେଟିଲେ ଓଡିଶା ଅନଲାଇନ କ୍ୟାବ ଚାଳକ ମହାସଂଘର କର୍ମକର୍ତ୍ତା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତ କିଛିଦିନ ତଳେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ମୋଟରଜାନ ନିୟମ ଲାଗୁ କରିବା ପରିପ୍ରେକ୍ଷୀରେ କଟକ ସ୍ଥିତ ରାଜ୍ୟ ପରିବହନ କାର୍ଯ୍ୟାଳୟରେ ବିଭିନ୍ନ ସମସ୍ୟା ନେଇ ଓଡ଼ିଶା ଅନଲାଇନ କ୍ୟାବ ଚାଳକ ମହାସଂଘ ଆସୋସିଆସନର କର୍ମକର୍ତ୍ତା ମାନେ କମିଶନର ସଂଜୀବ ପଣ୍ଡାଙ୍କୁ ଭେଟିଛନ୍ତି । ସୂଚନା ଅନୁଯାଇ ରାଜ୍ୟ କର୍ମକର୍ତ୍ତା ପଦ୍ମନ ସାମଲ, ପ୍ରଦୀପ ମହାନ୍ତି, ସନ୍ତୋଷ କୁମାର ସାହୁ ପ୍ରମୁଖ ତାଙ୍କ ସମସ୍ୟା ଉପସ୍ଥାନ କରି କହିଛନ୍ତି ଯେ ୨୦୦୪ ମସିହାରେ ଧାର୍ଯ୍ୟ ହୋଇଥିବା ଟାକ୍ସି ଭଡା ମୂଲ୍ୟ କିଲୋମିଟର ପିଛା ୩ ତାଙ୍କ ୬୦ ପଇସା କରାଯାଇଥିବା ବେଳେ ତାପର ଠାରୁ ଏପର୍ଯ୍ୟନ୍ତ ଧାର୍ଯ୍ୟ ମୂଲ୍ୟ ବଢିନାହିଁ ସେହିପରି ଅନଲାଇନ ଦୁଇ ଚକିଆ ଯାନ ସେବା (ରାପିଡୋ, ଯୁଗଣୁ, ଓଲା, ଉବେର) ଆରମ୍ଭ କରାଯାଇଥିବା ବେଳେ ତାହା ପାଇଁ କିଛି ନିୟମ କରାଯାଇନାହିଁ ଯେମିତି କି ଚାରିଚକିଆ ଜାନ ପାଇଁ ଦୁଇପ୍ରକାର ପଞ୍ଜିକରଣ ଥିବାବେଳେ (private & commercial) ଦୁଇ ଚକିଆ ଯାନ ପାଇଁ କୌଣସି ନିୟମ କରାଯାଇନାହିଁ । ଏହି ଦୁଇ ଚକିଆ ଯାନ ପାଇଁ ଚାରିଚକିଆ କ୍ୟାବର ମାଲିକମାନେ ବ୍ୟାଙ୍କ ଇ ଏମ ଆଇ ଦେଇ ପାରୁନାହାନ୍ତି । ଭୁବନେଶ୍ୱରରେ ରାଜ୍ୟ ସରକାର ଫ୍ରି ପାର୍କିଂଗ ଵ୍ୟଵସ୍ଥା ଘୋଷଣା କରିଥିବାବେଳେ ବିମାନବନ୍ଦରରେ ଫ୍ରି ପାର୍କିଂଗର ସୁବିଧା ନାହିଁ । ସେହିପରି ଅନଲାଇନ କ୍ୟାବରେ ଯେଉଁ କ୍ରାଇମ ହେଉଛି ତାକୁ ରୋକିବା ପାଇଁ ପୋଲିସ ଯାଞ୍ଚ କରି ଚାଳକଙ୍କୁ ପରିଚୟପତ୍ର ପ୍ରଦାନ କରାଯିବା ଦରକାର ବୋଲି ପ୍ରକାଶ କରିଥିଲେ । ଏହି ପ୍ରତିନିଧି ଦଳରେ ଅଲ ଓଡିଶା ଅଟୋ ରିକ୍ସା ଚାଳକ ମହାସଂଘର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ । ବିଭିନ୍ନ ସମସ୍ୟାର କଥା ଶୁଣି କମିଶନର ଶ୍ରୀଯୁକ୍ତ ପଣ୍ଡା ସବୁ ସମସ୍ୟାର ସମାଧାନ ଶୀଘ୍ର କରିବାକୁ ପ୍ରତିଶୃତି ଦେଇଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା