ଭୁବନେଶ୍ୱର(ସମୃଦ୍ଧ ଓଡିଶା)ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଗତବର୍ଷ ତୁଳନାରେ ଏବର୍ଷ କମିଲା ପାସ୍ ହାର । ଏଥର ୯୭, ୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦,୭୦୬ ଜଣ ପାସ ହୋଇଛନ୍ତି । ରାଜ୍ୟର ୨୯ଟି କଲେଜରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୯ଟି କଲେଜରୁ ଜଣେ ହେଲେ ପରୀକ୍ଷାର୍ଥୀ ପାସ କରି ନାହାନ୍ତି । ସେହି ୯ଟି କଲେଜ ମଧ୍ୟରୁ ୨ଟି କଲେଜ ଭୁବନେଶ୍ୱରର ରହିଥିବା ଜଣାପଡିଛି । ଯେଉଁ କଲେଜ ଗୁଡିକରେ ପରୀକ୍ଷା ଫଳ ଶୂନ ରହିଛି ସେ ନେଇ ଅନୁଧ୍ୟାନ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।
ପରୀକ୍ଷା ଫଳ ଫଳ ଶୂନ ରହିଥିବା କଲେଜ ଗୁଡିକ ହେଲା :
- ୧. ଏସଆରଏମଏସ୍ସି ହାଇ ସ୍କୁଲ(ଭୁବନେଶ୍ୱର)
- ୨. ନାନୋ ହାଇସ୍କୁଲ(ସହିଦନଗର,ଭୁବନେଶ୍ୱର)
- ୩. କଳା ସଂସ୍କୃତି ହାଇସ୍କୁଲ ସରଖିଆ (ଢେଙ୍କାନାଳ)
- ୪. ବେଲଗୁଣ୍ଠ ମହିଳା ହାଇସ୍କୁଲ (ବେଲଗୁଣ୍ଠ-ଗଞ୍ଜାମ)
- ୫. କେପିଡି ମହିଳା ହାଇସ୍କୁଲ ଦଶପଲ୍ଲା (ନୟାଗଡ଼)
- ୬. ରାଉରକେଲା ଇନ୍ଷ୍ଟିଚ୍ୟୁଟ୍ ଅଫ ଟେକନୋଲୋଜି ହାଇସ୍କୁଲ,
(ଗୋବରା) - ୭. ଶ୍ରୀ ଜଗନ୍ନାଥ ଦେବ ହାଇସ୍କୁଲ, ମଣ୍ଡଳ (ବଲାଙ୍ଗିର)
- ୮. ଶ୍ରୀ ଅରବିନ୍ଦ ଇନ୍ଷ୍ଟିଚ୍ୟୁଟ୍ ଅଫ ରିସର୍ଚ୍ଚ
- ୯. ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ହାଇସ୍କୁଲ ରିପୋର୍ଟ : ଆକାଶ ମିଶ୍ର