ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ସନ୍ଧ୍ୟା ସମୟରେ ଗଞାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଛତ୍ରପୁରରୁ ବ୍ରହ୍ମପୁରକୁ ଏକ ବୈଠକରେ ଯୋଗଦେବା ପାଇଁ ଗଲା ସମୟରେ କମାପଲ୍ଲୀ ଛକ ନିକଟରେ ଫଳ ବ୍ୟବସାୟ ଚାଲିଥିବା ଏକ ଠେଲା ରିକ୍ସାରେ ପଲିଥିନ ବ୍ୟବହାର ହେଉଥିବା ଦେଖି ସେଠାରେ ନିଜ ଗାଡି ଅଟକାଇ ଚଢ଼ାଉ କରିଥିଲେ । ଫଳରେ ଅନ୍ୟାନ୍ୟ ଦୋକାନୀମାନେ ପଲିଥିନ ଲୁଚାଇ ଦେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସଂଗେ ସଂଗେ ପୌର ପରିଷଦର ସମ୍ପୃକ୍ତ ଅଫିସର ଓ କର୍ମଚାରୀମାନେ ଆସି ଫଳ ବ୍ୟବସାୟୀଙ୍କୁ ଦାଗିତ କରିବା ସହ ପଲିଥିନ ନିଷେଧ କରାଯାଇ ଥିଲେ ମଧ୍ୟ ଏହି ବ୍ୟବସାୟୀକୁ ରେଡ ହେଣ୍ଡେଡ ଧରା ଯାଇ ଥିବାରୁ ଜୋରିମାନା ବାବଦରେ ୫୦୦/- ଟଙ୍କା ଆଦାୟ କରାଯାଇଥିଲା । ଯାହାଫଳରେ ଅନ୍ୟମାନେ ସଚେତନ ରହି ଆଗକୁ ଆଉ ପଲିଥିନି ବ୍ୟବହାର କରିବେନାହିଁ । ଏହାପରେ ଜିଲ୍ଲାପାଳ କମାପଲ୍ଲୀ ମୂଖ୍ୟ ବଜ଼ାର ଉପରେ ଥିବା ପ୍ରାୟ ସମସ୍ତ ଦୋକାନ ବୁଲି ଦେଖିଥିଲେ ଏବଂ ଦୋକାନ ମାଲିକମାନଙ୍କୁ ତାଗିଦ ମଧ୍ୟ କରିଥିଲେ । ଖାଲି ସେତିକି ନୁହେଁ ସହରକୁ ନିର୍ମଳ ସ୍ଵଛ ରଖିବା ପାଇଁ ନିର୍ଦେଶ ଦେଇଥିଲେ । କିଛି ଦୋକାନ ମାଲିକକୁ ଡାକି ଅଳିଆ ଡବା ତିଆରି କରି ମଇଳା ପକାଇବାକୁ କହିଥିଲେ । ନାଳରେ କୌଣସି ଆବର୍ଜନା ପକାନ୍ତୁ ନାହିଁ କିମ୍ବା ରାସ୍ତା ଉପରେ ଅପରିଷ୍କାର କରନ୍ତୁ ନାହିଁ ବୋଲି ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏଭଳି ସେବା କାର୍ଯ୍ୟ ଦେଖି ସାଧାରଣ ଜନତା ଜିଲ୍ଲାପାଳଙ୍କୁ ଭୁରି ଭୁରି ପ୍ରଶଂସା କରୁଥିବା ଦେଖିବାକୁ ମିଳୁଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା