ପଶୁଙ୍କୁ ଜୀବନ ଦାନ ଦେଇ ହେଲେ ସମ୍ବର୍ଦ୍ଧିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାମ୍ବାଦିକ କହିଲେ ସମସ୍ତଙ୍କ ମନରେ ଏକ ସ୍ନେହ ଓ ଶ୍ରଦ୍ଧା ରହିଥାଏ । ସେହି ହିସାବରେ ବ୍ରହ୍ମପୁର ଗୋଷାଣୀନୂଆଁଗାଁରେ ବାସ କରୁଥିବା ସାମ୍ବାଦିକ ଲଲାଟେନ୍ଦୁ ଚୈଧୁରୀଙ୍କ ପରିଚୟ ସେ ନିଜେ । ସେ ଏକାଧାରରେ ସାମ୍ବାଦିକ ସହ ସମାଜସେବୀ ଏବଂ ପଶୁପ୍ରେମୀ । କେଉଁଠି ବି ପଶୁ କିମ୍ବା ପକ୍ଷୀ ଅସହାୟ ଅବସ୍ଥାରେ ଦେଖିଲେ, ସେ ଲାଗିଯାଆନ୍ତି ତାର ସେବାରେ । ଦିର୍ଘ ୪ ବର୍ଷର ଏହି କର୍ମମୟ ଜୀବନରେ ତାଙ୍କ ସହିତ ଯୋଡି ହୋଇ ଯାଇଛନ୍ତି ବହୁ ସହକର୍ମୀ, ବିଭିନ୍ନ ବିଭାଗୀୟ କର୍ମଚାରୀ । ଏହି ପ୍ରେରଣା ପଛରେ ୪ ବର୍ଷ ତଳେ ଘରକୁ ଫେରିବା ସମୟରେ ଏକ ସ୍ଥାନରେ ବହୁ ବ୍ୟକ୍ତି ରୁଣ୍ଡ ହୋଇଥିବା ଦେଖି ଗାଡ଼ି ଅଟକାଇ ଦେଖିଲାବେଳକୁ ସେଠାରେ ଦୁର୍ଘଟଣା ହୋଇ ଏକ ଗାଈର ଗୋଡ ଭାଙ୍ଗି ରକ୍ତାକ୍ତ ଅବସ୍ଥାରେ ଅସହାୟ ହୋଇ ପଡ଼ିରହିଛି । ବହୁ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ ମଧ୍ୟ ଗାଈକୁ ସାହାଯ୍ୟ କରିବା ଲାଗି କେହି ଆଗେଇ ଆସୁନଥିବାରୁ ସାମ୍ବାଦିକ ଲଲାଟେନ୍ଦୁ ତୁରନ୍ତ ପଶୁ ଚିକିତ୍ସାଳୟର ଡ଼ା. ତ୍ରିନାଥ ନାୟକଙ୍କ ସହ ଯୋଗାଯୋଗ କରି ଗାଈଟିର ଜିବନ ବଞ୍ଚାଇବାରେ ସମର୍ଥ ହୋଇଥିଲେ । ସେହି ଦିନଠାରୁ ଲଲାଟେନ୍ଦୁ ଆଉ ପଛକୁ ଫେରି ନାହାନ୍ତି । ଅନବରତ ଭାବେ ଜାରି ରଖିଛନ୍ତି ସେବା ମନୋଭାବ । ଏ ମଧ୍ୟରେ ସେ ୭ଶହରୁ ଉର୍ଦ୍ଧ ପଶୁ, ୫ରୁ ଉର୍ଦ୍ଧ ପକ୍ଷୀଙ୍କୁ ଅସହାୟ ଅବସ୍ଥାରେ ଉଦ୍ଧାର କରି ସେବା ଯୋଗାଇ ଆସିଛନ୍ତି । ପ୍ରଶାସନ ସ୍ଥରରେ ମଧ୍ୟ ସମ୍ମାନ ଜଣାଇ ପଶୁପ୍ରେମୀ ଲଲାଟେନ୍ଦୁଙ୍କୁ ପଶୁ ସମ୍ପଦ ସୁରକ୍ଷାକାରୀ ଭାବେ ଗଞ୍ଜାମ ଜିଲ୍ଲା (SPCA) କମିଟିରେ ନିଆଯାଇଛି । କେବଳ ପଶୁ ପକ୍ଷୀ ନୁହଁନ୍ତି, ରାସ୍ତାକଡ଼ରେ ପଡିଥିବା ଅସହାୟଙ୍କୁ ଚିକିତ୍ସା ସହ ଜରା ଶ୍ରମ ବ୍ୟବସ୍ଥା ଏବଂ କର୍କଟ ଓ କିଡନୀ ଜନିତ ରୋଗରେ ପୀଡ଼ିତ ଥିବା ରୋଗୀଙ୍କୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଚିକିତ୍ସା ସହ ଆର୍ଥିକ ସହାୟତା ଯୋଗାଇ ଦେଇଆସିଛନ୍ତି ଶ୍ରୀ ଚୌଧୁରୀ । ପଶୁ ଓ ପକ୍ଷୀଙ୍କ ନିରନ୍ତର ସେବା କାର୍ଯ୍ୟ ସକାଶେ ୭୩ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରଶାସନ ପକ୍ଷରୁ ଶ୍ରୀ ଚୈଧୁରୀଙ୍କୁ ଭୁୟସୀ ପ୍ରଶଂସା କରାଯିବା ସହ ପ୍ରଶଂସାପତ୍ର ଓ ସ୍ବୀକୃତିପତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ରାଜ୍ୟ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । କୋଭିଡ କଟକଣା ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ବିଧାୟକ ସୁବାଷ ବେହେରା, ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଂଜାମ ଏସପି ବ୍ରିଜେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା