
ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘଦିନ ପରେ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରିଛନ୍ତି । ଆଜି ଶନିବାର ଠାରୁ ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ସମସ୍ତ ଯାନ ଚଳାଚଳ ବନ୍ଦ ରହୁଥିବାରୁ ରେଳ ଚଳାଳଚ ବନ୍ଦ ରହିବା ସଂପର୍କରେ ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ଗଡେନ୍ରିଚ୍ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ଓଡିଶାରେ ଚଳାଚଳ କରୁଥିବା ହାଓଡା -ବାଙ୍ଗାଲୋର ଓ ଜନଶତାବ୍ଦୀର ଅପ୍ ଓ ଡାଉନ୍ ଟ୍ରେନ୍କୁ ବନ୍ଦ ରଖାଯାଇଛି ବୋଲି ଜଳେଶ୍ୱର ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳ ସୂଚନା ଦେଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା