
ତୁମ ମନ ତଳେ ଆଶାର ଆଷାଢ
ଭାବନାର ଭରା ନଈ ,
କିଏ ବା ଜାଣିଚି ସେନଈ ସ୍ରୋତରେ
କିଏ ଭାସିଯାଏ କାହିଁ । ୧ ।
ସୁନ୍ଦର ତୁମ ସୁନୀଳ ନୟନେ
ସେଯେ କଳାମୋତି ଦୁଇ,
କୋଟି ଭୂବନକୁ ଜିଣିଯିବାପାଇଁ
ଖଞ୍ଜିଲା କିଏ ନେଇ ।୨ ।
ମୁଦ୍ରିତ ତୁମ ନୟନ ଯୁଗଳ
ଲଜ୍ଜ୍ୟାର ବନ୍ଦୀଶାଳା ,
ଉନ୍ ମୁକ୍ତ ହେଲେ ଗ୍ରାସିଯାଏ ସେତ
ଦୂର୍ବଳ ମନ ସାରା ।୩ ।
ତୁମେ ହସିଦେଲେ ତୁମରି ଅଧରୁ
ପଡୁଥାଏ ମହୁ ଝରି,
ସେଇମହୁପାଇଁ କେତେଯେ ଆଶାୟୀ
ଭ ଅଁର ହୁଅନ୍ତି ଘୁରି ।୪ ।
ସତେସେ କେଡିକି ବିଚିତ୍ର ବିନ୍ଧାଣି
ବିଷ ପୀୟୂଷକୁ ଗୋଳି,
ଗଢିଲା ମୂରତି ତା କାରୁ କଳାରେ
ଜୀବନ ସଂଚାର କରି ।୫ ।
* * *
କୈଳାସ ଚନ୍ଦ୍ର ପାଢୀ । କୁମାର ପୁର। ଭଦ୍ରକ।