

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପାଣିରେ ବୁଡି ଓ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ପରିବାରକୁ ୪ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ବୁଗୁଡା ବ୍ଲକ ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମର ପୂର୍ଣ ଚନ୍ଦ୍ର ବେହେରା ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥିଲେ ଏବଂ ଡେଙ୍ଗାପଦର ଗ୍ରାମର ତୁଳାଦେବୀ ବେହେରା ସାପ କାମୁଡ଼ି ମୃତ୍ୟୁ ବରଣ କରିଥିଲେ । ଆଜି ଓଡ଼ିଶା ସରକାରଙ୍କ ତରଫରୁ ମୃତ୍ୟୁ ବରଣ କରିଥିବା ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ଚେକ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବୁଗୁଡା ତହସିଲ ଅଫିସ ଠାରେ ପ୍ରଦାନ କରାଯାଇଛି । ବୁଗୁଡା ତହସିଲଦାର, ବିରଞ୍ଚିପୁର ସମିତି ସଭ୍ୟ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା