

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ଏନଏସି ୱାର୍ଡ ନଂ-୭ର ସୁଦର୍ଶନ ଡାଙ୍ଗୁଆ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ପୋଲାସରା ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହାସହ ବୁଗୁଡା ବ୍ଲକ ଅନ୍ତର୍ଗତ ରାମଗଡ଼ ଗ୍ରାମର ଅନିତା ପ୍ରଧାନ ପାକସ୍ତଳି ରୋଗରେ ଆକ୍ରାନ୍ତ ହୋଇଅଛନ୍ତି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପୀଡିତାଙ୍କ ଘରକୁ ଯାଇ ପରିବାରକୁ ଭେଟି ରେଡକ୍ରସ ପାଣ୍ଠିରୁ ୧୦,୦୦୦(ଦଶହଜାର) ଚେକ ଓ ବିଧାୟକ ବ୍ୟକ୍ତିଗତ ଭାବେ ୫,୦୦୦(ପାଞ୍ଚ ହଜାର) ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଏବଂ ଚିକିତ୍ସା ପାଇଁ ଆବଶ୍ୟକ ପଡୁଥିବା ଅର୍ଥ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ । ଏହି ଅବସରରେ ବୁଗୁଡା ତହସିଲଦାର, ସରପଞ୍ଚ ସମିତିସଭ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


