ପାରଳାଖେମୁଣ୍ଡିରେ ଏକ ବିରଳ ଏଣ୍ଡୁଅ ଉଦ୍ଧାର…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନୂଆ ବସ ଷ୍ଟାଣ୍ଡ ନିକଟରେ ଏକ ଦୋକାନ ପାଖରେ ଏକ ନିଳ ରଙ୍ଗର ଏଙ୍ଗୁଅକୁ ସ୍ଥାନୀୟ ଲୋକେ ଦେଖି ଆତଙ୍କିତ ହୋଇଥିଲେ ଓ କିଛି ଲୋକ ଡରି ଦୋକାନ ବନ୍ଦ କରିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ତୁରନ୍ତ ବନ ବିଭାଗକୁ ଫୋନ କରି ଜଣାଇବା ପରେ ତୁରନ୍ତ ବନ ବିଭାଗ କର୍ମଚାରୀ ଶିବରାମ ସାବତ ଓ ସଞ୍ଜୟସ୍ୱର ପାତ୍ର ପହଂଚି ଏଣ୍ଡୁଅ ଟିକୁ ଉଦ୍ଧାର କରିନେଇଥିଲେ । ତୁରନ୍ତ ଆସି ଏଣ୍ଡୁଅଟିକୁ ଉଦ୍ଧାର କରିଥିବାରୁ ସ୍ଥାନୀୟ ଲୋକେ ତଥା ଆପା ରାଓ, ଉମଚରଣ ସାହୁ, ତାରା, ପାତି ଗୁରୁ ପ୍ରମୁଖ ବନବିଭାଗ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା