ପାରଳାଖେମୁଣ୍ଡିରେ ଓଡିଶା ସାମ୍ବାଦିକ ସଂଘ ରାଜ୍ୟସ୍ତରୀୟ ମହାସମାବେଶ

ପାରଳାଖେମୁଣ୍ଡି-(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଗ୍ରାମ୍ୟ ଆତ୍ମ ନିଯୁକ୍ତି ତାଲିମ୍ ଅନୁଷ୍ଠାନ ସଭା ଗୃହରେ ଓଡିଶା ସାମ୍ବାଦିକ ସଂଘ ରାଜ୍ୟସ୍ତରୀୟ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର 30ଟି ଜିଲ୍ଲା ର ପ୍ରାୟ 300ଜଣ ରୁ ଉର୍ଦ୍ଧ ସାମ୍ବାଦିକ ଯୋଗଦାନ କରିଥିଲେ। ସାମ୍ବାଦିକ ମାନଙ୍କ ଅଧିକାର, କର୍ତ୍ତବ୍ୟ ତଥା ସାମ୍ବାଦିକ ଙ୍କ ସୀମା ବିଷୟରେ ଅତିଥି ଗଣ ଅଭିଭାଷଣ ରଖିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ବ୍ରହ୍ମପୁର ସାଂସଦ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ, ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ, ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର , ବିଶିଷ୍ଟ ଲେଖକ ତଥା ସହକାରୀ ଆରକ୍ଷୀ ଅଧିକ୍ଷକ ଶ୍ରୀ ଚନ୍ଦ୍ର ଶେଖର ହୋତା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ, ଓଡ଼ିଶା ସାମ୍ବାଦିକ ସଂଘ ରାଜ୍ୟ ସଭାପତି ଶ୍ରୀ ପ୍ରସନ୍ନ ମହାନ୍ତି,ସମ୍ପାଦକ କମ୍ଭୁ ପାଣି ମିଶ୍ର, ଗଜପତି ଜିଲ୍ଲା ପରାମର୍ଶଦାତା ଶ୍ରୀ କେ. ରାମାସ୍ବାମୀ, ଜିଲ୍ଲା ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ରିପୋର୍ଟ : କୃଷ୍ଣ କୁମାର ବେହେରା