ପାରଳାଖେମୁଣ୍ଡିରେ ୫୦୦କଂଗ୍ରେସ କର୍ମୀ ବିଜେଡିରେ ମିଶିଲେ ମନ୍ତ୍ରୀ ଉଷାଦେବୀଙ୍କ ଉପସ୍ଥିତିରେ…

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପାରଳାଖେୁଣ୍ଡି ସହରର ବିଶ୍ୱନାଥ ଫଙ୍କସନ ହଲଠାରେ ଯୋଜନା ସମନ୍ୱୟ ବିକାଶ, ଦକ୍ଷତା, ବୈଶୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀଙ୍କ ଉପସ୍ଥିତିରେ କାଶୀନଗର, ଗୁମ୍ମା ବ୍ଲକ ଓ ପାରଳାଖେମୁଣ୍ଡି ପୌରପାଳିକାର ୧୩ ଓ ୧୫ ନଂ ୱାର୍ଡ଼ର ୫୦୦ରୁ ଉଦ୍ଧ୍ୱର୍ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିଲେ । ମନ୍ତ୍ରୀ ଉଷା ଦେବୀ ସେମାନଙ୍କୁ ଫୁଲତୋଳା ଦେଇ ସ୍ୱାଗତ ଜଣାଇଥିଲେ । ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ନାରାୟଣ ରାଓଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ମିଶ୍ରଣ ପର୍ବରେ ଦଳର ଜିଲ୍ଲା ପ୍ରଭାରୀ ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ରାମଚନ୍ଦ୍ର ପଣ୍ଡା, ଜିଲ୍ଲା ବିଜେଡି ସଭାପତି  ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।