ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡ଼ିଶା) ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଏକ ହତ୍ୟା ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗତକାଲି ସମ୍ବର୍ଦ୍ଧିତ ହୋଇଛନ୍ତି । ପୋଲିସ ଡିଜି ବି. କେ. ଶର୍ମାଙ୍କ ଦ୍ୱାରା ବିବେକାନନ୍ଦ ସମ୍ବଦ୍ଧିତ ହୋଇଥିବା ବେଳେ ଏହା ତାଙ୍କ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ ହୋଇ ରହିବ ବୋଲି ସେ କହିଛନ୍ତି । ଏଭଳି ସମ୍ବର୍ଦ୍ଧନା ଆଗକୁ ଆହୁରି କିଛି କରିବା ଦିଗରେ ପ୍ରେରଣା ପ୍ରଦାନ କରିବ ବୋଲି ସେ କହିଛନ୍ତି । ପାରଳାଖେମୁଣ୍ଡି ଥାନାରେ ଯୋଗଦେବା ପୂର୍ବରୁ ସେ ୨୦୧୫ ମସିହାରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନାରେ କାର୍ଯ୍ୟରତ ଥିଲେ । ସେହି ବର୍ଷ ଫେବୃଆରୀ ୨୭ ତାରିଖରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଲୁଙ୍କେଶ୍ଵର ଗ୍ରାମର ଶଙ୍କର ସ୍ୱାଇଁଙ୍କୁ ସେହି ଗ୍ରାମର ବୁଲୁ ଖୁଣ୍ଟିଆ ନାମକ ଅପରାଧି ହତ୍ୟା କରିଥିଲା । ଏନେଇ ଖଲ୍ଲିକୋଟ ଥାନାରେ କେସ୍ ନଂ ୩୪/୧୫ ମକଦ୍ଦମା ରୁଜୁ କରି ନିଷ୍ଟାପର ଓ ନିରପେକ୍ଷ ତଦନ୍ତ ଦ୍ୱାରା ୩୦୨ ଆପିସି ଧାରା ଅନୁସାରେ ବୁଲୁ ଖୁଣ୍ଟିଆକୁ ଗିରଫ କରିଥିଲେ । ଏହି ଘଟଣାର ଉପଯୁକ୍ତ ତଦନ୍ତ ହୋଇଥିବା ବେଳେ ଗତ ମାସରେ ଖଲ୍ଲିକୋଟ ଅତିରିକ୍ତ ଦୈାରାଜଜ୍ ଙ୍କ ଅଦାଲତରେ ଏହାର ରାୟ ପ୍ରକାଶ ପାଇଛି । ଯେଉଁଥିରେ ଅଦାଲତ ଅଭିଯୁକ୍ତ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏହି ମାମଲାରେ ଉପଯୁକ୍ତ ତଦନ୍ତ କରିଥିବାରୁ ଏହି ମାମଲାର ତଦନ୍ତ କରି ଅଧିକାରୀ ତଥା ବର୍ତ୍ତମାନର ପାରଳାଖେମୁଣ୍ଡି ଥାନା ଅଧିକାରୀଙ୍କୁ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ସମ୍ବଦ୍ଧିତ କରାଯାଇଛି । ପାରଳାଖେମୁଣ୍ଡି ଆଇଆଇସିଙ୍କ ସଫଳତାକୁ ନେଇ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା, ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୀତାରାମ ଶତପଥି ପ୍ରମୁଖଙ୍କ ସମେତ ଗଜପତି ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ କୃତଜ୍ଞତା ଜଣାଇଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା