ପାରଳାଖେମୁଣ୍ଡି ନିକଟରେ ବେଆଇନ ଭାବେ ଚାଲିଛି ଇଟା ଭାଟି…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଇଟା ମାଫିଆଙ୍କ ଚାରାଭୁଇଁ ପାଲଟିଛି ଗଜପତି । ଜିଲ୍ଲାର ଦୁର୍ଗମ ଅଞ୍ଚଳ କଥା ଛାଡନ୍ତୁ ଖୋଦ ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ନିର୍ମାଣ ହୋଇଛି ଶହ ଶହ ଇଟା ଭାଟି । ଗ୍ରୀଷ୍ମ ଋତୁରେ ତାଲା କଢେଇ ପାଲଟିଥିବା ପାରଳାଖେମୁଣ୍ଡି ତାପମାତ୍ରାକୁ ଏହା ବୃଦ୍ଧି କରିବାରେ ବେଶ ସାହାୟକ ହେଉଛି । ଯେଉଁଟି ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଇଟା କାରବାର କରି ଇଟା ଭାଟି ମାଲିକ ମାଲାମାଲ ହେଉଥିବା ବେଳେ ସାଧାରଣ ଲୋକ ପ୍ରଦୁଷଣ ଜନିତ ସମସ୍ୟାରେ ଛଟପଟ ହେଉଛନ୍ତି । ସୁପ୍ରିମକୋର୍ଟଙ୍କ ବାରଣ ସତ୍ତ୍ୱେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଦ୍ରୁତଗତିରେ ବୃଦ୍ଧି ପାଉଛି ଇଟା ଭାଟି । ଆଉ ସବୁ ଜାଣି ମଧ୍ୟ ନିଦ୍ରାରେ ଶୋଇଛି ପ୍ରଶାସନ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଅତିଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଅନ୍ୟ ପଟରେ ସହରରେ ବଦ୍ଧିତ ପ୍ରଦୁଷଣର ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ ଟିଏ ମଧ୍ୟ ନାହିଁ । ଯାହା ମାଫିଆଙ୍କ ବେଶ ସୁହାଇଛି । ଏ ନେଇ ଉପ-ଜିଲ୍ଲାପାଳ କହିଛନ୍ତି ଯେ, ଯେଉଁମାନେ ବ୍ୟବସାୟ ପାଇଁ ଏଭଳି କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସେ କହିଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା