


ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡି ଠାରେ ଜାତୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଏହି ସମାହାରରେ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରଭାବତୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ଭାଇଭଉଣୀମାନଙ୍କୁ ଜାତୀୟ ହିନ୍ଦୀ ଦିବସର ଉଦ୍ଦେଶ୍ୟ ବିଷୟରେ ନିଜ ବକ୍ତବ୍ୟରେ ରଖିଥିଲେ । ଏହି ଦିବସ ଅବସରରେ ଶିଶୁ ଭାଇ ଭଉଣୀ ମାନଙ୍କୁ ହିନ୍ଦୀ ବିଭାଗର ଗୁରୁଜୀଗୁରୁମା ହିନ୍ଦୀ ଦିବସର ମହତ୍ତ୍ଵ ଉପରେ ନିଜ ବକ୍ତବ୍ୟ ଦେଇଥିଲେ । ବିଦ୍ୟାଳୟର ପ୍ରଧାନା ଆଚାର୍ଯ୍ୟ ଅତିଥି ପରିଚୟ ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା



