ପାରଳା ବିଧାୟକଙ୍କ ଉପଲଡା ସ୍ଥିତ ଛାତ୍ର ନିବାସ ପରିଦର୍ଶନ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଉପଲଡା ଗ୍ରାମରେ ଥିବା ସରକାରୀ ଟାଗୋର ମେମରିଆଲ ଉଚ୍ଚ ବିଦ୍ୟାଳୟର 100 ଶଯ୍ୟା ବିଶିଷ୍ଟ ଛାତ୍ରନିବାସକୁ ଅଚାନକ ଗସ୍ତ କରିଥିଲେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ ଏବଂ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ପ୍ରମୁଖ । ବିଧାକ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ସହ ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁ, ଆରଏମସି ସଭାପତି ଏସ୍. ଗଜପତି ରାଓ, ଜିଲ୍ଲାପରିଷଦ ସଭ୍ୟ ଏସ୍.ବାଲାରାଜୁ ପ୍ରମୁଖ ମଧ୍ୟ ପରିଦର୍ଶନ ସମୟରେ ଉପସ୍ଥିତଥିଲେ । ପ୍ରକାଶ ଯେ, ଏହି ଛାତ୍ରନିବାସ ବ୍ୟାପକ ଅବ୍ୟବସ୍ଥାରେ ରହିଲା । ବିଧାୟକ ଏବଂ ତାଙ୍କ ଟିମ୍ ଏହି ପରିଦର୍ଶନ ସମୟରେ ହୋଷ୍ଟେଲର ଛାତ୍ରମାନେ ଶୋଉଥିବା ଶଯ୍ୟା କକ୍ଷ, ଶୌଚାଳୟ, ସ୍ନାନାଗାର, ସଫେଇ ଆଦିର ନିରୀକ୍ଷଣ କରିଥିଲେ । ନିରୀକ୍ଷଣ ବେଳେ ଅବ୍ୟବସ୍ଥାକୁ ଦେଖି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପି.ଭାରତୀଙ୍କୁ ତୁରନ୍ତ ସମସ୍ତ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ । ବିଧାୟକଙ୍କ ଏପରି ଅଚାନକ ଗସ୍ତକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଥିବା ବେଳେ ଏପରି ପରିଦର୍ଶନ ଦ୍ବାରା ଛାତ୍ରାବାସ ତଥା ବିଦ୍ୟାଳୟର ତୃଟିପୂର୍ଣ୍ଣ ପରିଚାଳନାରେ ସୁଧାର ଆସିବ ବୋଲି ମତ ପ୍ରକାଶ ପାଇଛି ।

ରିପୋର୍ଟ : କୃଷ୍ଣ କୁମାର ବେହେରା