ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିରେ ପିଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୋଟ ୨୫ହଜାର ଜନସଂଖ୍ୟା ବିଶିଷ୍ଟ ୧୭ଟି ୱାର୍ଡ ମଧ୍ୟରୁ ୫ଟି ସ୍ଥାନରେ ପିଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କିନ୍ତୁ ନିଜ ୱାର୍ଡ ଛାଡି ଦୀର୍ଘପଥ ଅତିକ୍ରମ କରି ବରିଷ୍ଠ ନାଗରିକ ଓ ଅକ୍ଷମ ବ୍ୟକ୍ତିମାନେ ଭତ୍ତା ଆଣିବାକୁ ଯିବାରେ ଅକ୍ଷମ ହେଉଥିବାରୁ ପୂର୍ବପରି ସେମାନଙ୍କୁ ନିକଟସ୍ଥ ସ୍ଥାନରେ ପ୍ରଦାନ କରିବାକୁ ଦାବି ହୋଇଛି । ପୂର୍ବରୁ ପ୍ରତି ୱାର୍ଡରେ ଭତ୍ତା ଦେବାର ବ୍ୟବସ୍ଥା ଥିବା ବେଳେ ଏବେ ପିଠା କାର୍ଯ୍ୟକ୍ରମ ହେଉଥିବା କଣ୍ଟାବଣିଆ ପଦା, ଶାନ୍ତିଆ ଚଣ୍ଡିମନ୍ଦିର, ନନ୍ଦିକା ଶିବ ମନ୍ଦିର, ପଥରପୁରା ଶିବ ମନ୍ଦିର ଓ ସେକ୍ବାଡ ଭଗବତୀ ମନ୍ଦିରରେ ପିଠା କାର୍ଯ୍ୟକ୍ରମ ଚାଲିଥିବା ବେଳେ ସେଠାରେ ଭତ୍ତା ପ୍ରଦାନ କରାଯାଉଛି । କିନ୍ତୁ ୮୦ବର୍ଷରୁ ଉଦ୍ଧ୍ୱର୍ ବୃଦ୍ଧ ବୃଦ୍ଧା ଓ ଦିବ୍ୟାଙ୍ଗମାନେ ଏତେଦୂର ଯାଇ ଭତ୍ତା ଆଣିବା ପାଇଁ ଯିବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି । ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ଏ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି । ୯୦ବର୍ଷ ବୟସ୍କ ଜଗନ୍ନାଥ ଚନ୍ଦ ମ୍ୟୁନିସିପାଲଟି ଅଫିସକ୍ ବହୁକଷ୍ଟରେ ଯାଇ ନିରାଶ ହୋଇ ଫେରିବା ପରେ ନନ୍ଦିକା ଯାଇ ଭତ୍ତା ଆଣିବା ସମ୍ଭବ ନୁହେଁ ବୋଲି ଅକ୍ଷମାତା ପ୍ରକାଶ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା