

ଶେରଗଡ (ସମୃଦ୍ଧ ଓଡିଶା) ପିତଳ ବାଳିକା ପ୍ରାଥମିକ ବିଦ୍ୟାଳୟରେ ଆଜି ‘ନୋ ବ୍ୟାଗ ଡେ’ ଦିବସ ପାଳିତ ହୋଇଯାଇଛି । ସକାଳୁ ଛାତ୍ରଛାତ୍ରୀମାନେ ବହିବସ୍ତାନୀ ବ୍ୟାଗ ନ ଧରି ବିଦ୍ୟାଳୟକୁ ଆସିଥିଲେ ଏବଂ ପ୍ରାର୍ଥନା, ଗାୟତ୍ରୀ ପାଠ ସହ ଯୋଗ ପ୍ରାଣାୟମ ପରେ ମୁରଜରେ ଝୋଟି ପକାଇ ରଗୋଂଲି କାର୍ଯ୍ୟକ୍ରମରେ ଭାଗ ନେଇଥଲେ । ଏହାପରେ ବାଲ୍ୟ ବିବାହ ବିରୁଦ୍ଧରେ ନାରା ଦେଇଥିଲେ । ଶେଷରେ ବୃକ୍ଷରୋପଣ କରିବା ସହ ହାତଧୂଆ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ କରାଯାଇଥିଲା । ଏଥିରେ ସଆରସିସି ରବିନ୍ଦ୍ର ସ୍ୱାଇଁ, ଧର୍ମାନଂଦ, ମହିଳା ସମିତି ସଂପାଦିକା ସୁଶ୍ରୀ ପୁଷ୍ପାଞ୍ଜଳି ପଣ୍ଡା, ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ଦାଶ, ସହକାରୀ ନାଲା ରେଖା, ଟି.କୃଷ୍ଣା, ସଭାପତି ରାମହରି ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ ଶେରଗଡ଼ରୁ ଡାକ୍ତର ହୃଷୀକେଶ ମହାନ୍ତି
