

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ପିତ୍ତଳ ପ୍ରାଥମିକ ନୂତନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ୧୦୦ଜଣ ଗର୍ଭବତୀ ମହିଳାଙ୍କୁ କରୋନା ପ୍ରତିଷେଧକ ଟୀକା କୋଭାସିନ ପ୍ରଦାନ ବ୍ୟବସ୍ଥା ଶେରଗଡ ସିଏଚସି ପକ୍ଷରୁ କରାଯାଇଛି ବୋଲି ଶେରଗଡ ସିଏଚସି ଚିକିତ୍ସା ଅଧିକାରୀ ଡାକ୍ତର ସାନୁଦେବୀ ସୂଚନା ଦେଇଛନ୍ତି । ଏତଦ୍ ବ୍ୟତୀତ ଅଲାରୀଗଡ, ଡ଼େଙ୍ଗାପଦର, ଓକରଡାକଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଅନୁଷ୍ଠିତ ଟୀକାଦାନ କେନ୍ଦ୍ରରେ ୧୦୦ଜଣ ଲେଖା ଗର୍ଭବତୀଙ୍କୁ ଏହି ଟୀକା ଦାନ କରାଯାଇଥିବା ଓ ଶାନ୍ତି ଶୃଙ୍ଖଳାର ସହ ଟୀକା ପ୍ରଦାନ ହୋଇଥିବା ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା