
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପିପିଲି ଉପନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଛି । ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥୀ ବିପୁଳ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ପରାସ୍ତ କରି ବିଜୟଲାଭ କରିଛନ୍ତି । ଆଶ୍ରିତଙ୍କ ଠାରୁ ୨୦ ହଜାର ୯୧୬ ଭୋଟ ବ୍ୟବଧାନରେ ରୁଦ୍ର ବାଜି ମାରିଛନ୍ତି । ତେବେ ରୁଦ୍ର ମହାରଥୀଙ୍କୁ ମୋଟ ୯୬ ହଜାର ୯୭୨ ଭୋଟ ମିଳିଥିବା ବେଳେ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ୭୬ ହଜାର ୫୬ ଭୋଟ ମିଳିଛି । ସେହିଭଳି କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୪ ହଜାର ୨୬୧ ଭୋଟ ମିଳିଛି । ଏନେଇ ରିଟର୍ଣ୍ଣିଂ ଅଫିସର ଘୋଷଣା କରିଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା