ପିସିସି ସଭାପତିଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି : କରୋନା ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି । କରୋନା ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ରହିଛି । ଦଳମତ ନିର୍ବିଶେଷରେ ସରକାରଙ୍କୁ ସହଯୋଗ କରିବାକୁ ଆମେ ପ୍ରସ୍ତୁତ ଅଛୁ । ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ସହ ଆଲୋଚନା କରନ୍ତୁ । ରାଜ୍ୟରେ ପ୍ରତିଦିନ କରୋନା ଟେଷ୍ଟିଂ ସଂଖ୍ୟା ୨୫ ହଜାରକୁ ବଢ଼ାଯାଉ । ଘର ଘର ସର୍ଭେ, କୋଭିଡ ହସ୍ପିଟାଲ ବୃଦ୍ଧି କରାଯାଉ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଥିବା ଜଣାଯାଇଛି ।