
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପିସିସି ସଭାପତି ହେଲେ ଶରତ ପଟ୍ଟନାୟକ । ଆଜି ସଭାପତିଙ୍କ ନାମ ଘୋଷଣା କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ଶରତଙ୍କ ନାମ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଘୋଷଣା କରାଯାଇଛି । ନୂଆ ପିସିସି ସଭାପତି ଚୟନ ନେଇ ଏଆଇସିସି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ କରାଯାଇଛି । ଦ୍ଵିତୀୟ ଥର ପାଇଁ ପିସିସି ସଭାପତି ହୋଇଛନ୍ତି ଶରତ । ବଲାଙ୍ଗୀରର ପୂର୍ବତନ ଲୋକସଭା ସାଂସଦ ଶରତ ପଟ୍ଟନାୟକ ୨୦୦୧ରୁ ୨୦୦୩ ଯାଏଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ ।