ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଡିସେମ୍ବର ପହିଲାରୁ ପୁଣି ଆରମ୍ଭ ହୋଇଛି ଟ୍ରାଫିକ୍ ନିୟମ କଡ଼ାକଡ଼ି ଯାଞ୍ଚ ପକ୍ରିୟା । ପ୍ରଥମ ଦିନ ବ୍ରହ୍ମପୁରରେ ବିଭିନ୍ନ ଜାଗାରେ ଗାଡ଼ି ଯାଞ୍ଚ ବେଳେ ୧୪୦ ଅମାନିଆ ଧରାପଡିଥିବା ବେଳେ ୨ୟ ଦିନରେ ୮୦ ଏବଂ ତୃତୀୟ ଦିନରେ ୧୧୦ ଜଣ ଅମାନିଆ ଧରା ପଡିଥିବା ଜଣାପଡିଛି । ସେହିପରି ପ୍ରଥମ ଦିନରେ ୧୧ଟି ଡ୍ରାଇଭିଂ ଲାଇସେନ୍ସ ୨ୟ ଦିନରେ ୭ଟି ଏବଂ ତୃତୀୟ ଦିନରେ ମଧ୍ୟ ୭ଟି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ସୁପାରିଶ କରାଯାଇଛି ଏବଂ ୩ଲକ୍ଷ ୩୧ ହଜାର ୪୦୦ ଜରିମାନା ଆଦାୟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଆଇଆଇସି ସୁନୀଲ କୁମାର ବେହେରା । ହେଲମେଟ୍ ପିନ୍ଧି ନ ଥିଲେ, ରେଡ୍ଲାଇଟ୍ ଜର୍ମି ଓ ମୋବାଇଲରେ କଥା ହୋଇ ଗାଡି ଚାଳନା କ୍ଷେତ୍ରରେ ଯଥାକ୍ରମେ ୧ ହଜାର, ୫ ହଜାର ଓ ୫ ହଜାର ଟଙ୍କା ଜରିମାନା ସହ ଲାଇସେନ୍ସ ରଦ୍ଦ ବ୍ୟବସ୍ଥା ରହିଛି । ହେଲମେଟ୍ ପିନ୍ଧିବାକୁ ଅଧୁକ ଗୁରୁତ୍ବ ଦିଆଯାଉଛି । ପ୍ରଥମେ ହେଲମେଟ୍ ଯାଞ୍ଚ ଏବଂ ପରେ ଚାଳକ ଅନ୍ୟାନ୍ୟ ନିୟମ ପାଳିଛନ୍ତି କି ନାହିଁ ତାହା ତନଖୀ କରାଯାଉଛି । ଶୁକ୍ରବାର ସହରରେ ଅନ୍ନପୂର୍ଣ୍ଣା ମାର୍କେଟ୍ ଓ ଇଂଜିନିୟରିଂ ସ୍କୁଲ ଛକ ସହ ବିଭିନ୍ନ ଜାଗାରେ ଗାଡ଼ି ଯାଞ୍ଚ କରାଯାଇଥିଲା । ବର୍ତ୍ତମାନ ଯାଇଁ ୨୫ଜଣଙ୍କ ଡ୍ରାଇଙ୍ଗି ଲାଇସେନ୍ସ ରବ୍ଦ କରାଯିବା ସହ ରିପୋର୍ଟ ଲେଖାଯିବା ସୁଦ୍ଧା ୩ ଲକ୍ଷ ୨୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ସବୁ ଦିନ ଯାଞ୍ଚ ହେବ ଏବଂ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ରବ୍ଦ କରାଯାଉଥିବା ଡିଏଲ୍ ପ୍ରତି ସପ୍ତାହରେ ଆରଟିଓ କାର୍ଯ୍ୟାଳୟକୁ ପଠାଯିବ ବୋଲି ଟ୍ରାଫିକ୍ ଆଇଆଇସି ସୁନିଲ କୁମାର ବେହେରା କହିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା