ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ପୁଣି ଚର୍ଚ୍ଚାକୁ ଆସିଲେ ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା । ଏଥର ଏରୋବିକ ମୁଜିକରେ ନିଜେ ନାଚିବା ସହ ଲୋକଙ୍କୁ ନଚାଇ ଫିଟନେସ ଫଣ୍ଡା ବଢାଇଦେଇଛନ୍ତି ଏହି ଲେଡି ଆଇପିଏସ ଅଧିକାରୀ।ନାଚ ମାଧ୍ୟମରେ ସ୍ବାସ୍ଥ୍ୟ ହିଁ ସମ୍ପଦକୁ ପ୍ରମାଣିତ କରିବାକୁ ଯାଇ ସମସ୍ତେ କିଭଳି ସ୍ୱାସ୍ଥ୍ୟବାନ ରହିବେ ସେହି ଅଭିମୁଖ୍ୟ ନେଇ ଏଭଳି ସେ ନିଜେ ନାଚି ଅନ୍ୟକୁ ନଚେଇବା କାର୍ଯ୍ୟକ୍ରମ କରାଯାଇଥିବା ସେ କହିଛନ୍ତି। ଏସପିଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ନାରୀଙ୍କ ସୁରକ୍ଷା ପାଇଁ ହେଉ କି ବେକାର ଯୁବକଯୁବତୀଙ୍କ ନିଯୁକ୍ତି ପାଇଁ ପ୍ରସ୍ତୁତି କରିବା ଅଥବା ଅକ୍ଷୟ ଦାନପାତ୍ର କାର୍ଯ୍ୟକ୍ରମ ହେଉ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରି ଚର୍ଚ୍ଚାରେ ରହିଆସିଛନ୍ତି ସାରା ଶର୍ମା । ହେଲେ ଗତ କାଲି ଏରୋବିକ୍ ଡ୍ୟାନ୍ସ ମାଧ୍ୟମରେ ଲୋକଙ୍କୁ ଫିଟନେସ ଫଣ୍ଡା ବତାଇ ପୂଣ୍ଣ ଚର୍ଚ୍ଚାରେ ରହିଛନ୍ତି । ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏଭଳି କାର୍ଯ୍ୟକ୍ରମ କରିଥିବା ବେଳେ ଏଥିରେ ଜିଲ୍ଲା ପୋଲିସ ଶତାଧିକ କର୍ମଚାରୀ ଏବଂ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ହିଁ ସମ୍ପଦ , ସ୍ୱାସ୍ଥ୍ୟ ନିରୋଗ ରଖିବା ପାଇଁ ବ୍ୟାୟାମ ଏକ ପ୍ରକୃଷ୍ଟ ମାଧ୍ୟମ ତେଣୁ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷିତ ଓ ବଳିଷ୍ଠ ରଖିବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା ଏସପି ସାରା ଶର୍ମା କହିଛନ୍ତି। ସେପଟେ ଏସପିଙ୍କ ଏହି ଫିଟନେସ ଫଣ୍ଡା ଶିଖିବା ପାଇଁ ଗତକାଲି ସକାଳୁ ଷ୍ଟାଡିୟମ ପରିସରରେ ବରିଷ୍ଠ ପୋଲିସ ଅଧିକାରୀ , ସହରର ବରିଷ୍ଠ ନାଗରିକ ଓ ଜନ ପ୍ରତିନିଧି ଭଳି ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ। ପ୍ରାୟ ଏକ ଘଣ୍ଟା ଧରି ଏମାନେ ଏରୋବିକ୍ ମୁଜିକର ତାଳେ ତାଳେ ନାଚିବା ସହ ବ୍ୟାୟାମ କରିଥିଲେ। ସହରରେ ପ୍ରଥମ ଥର ପାଇଁ ଏଭଳି ଶିବିର ଆୟୋଜନ ହୋଇଥିବାରୁ ସମସ୍ତେ ବେଶ ଉତ୍ସାହିତ ହୋଇ ଥିଲେ।
ରିପୋର୍ଟ : କୃଷ୍ଣ କୁମାର ବେହେରା