ପୁଣି ଚର୍ଚ୍ଚାରେ ସାରା ଶର୍ମା…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ବିଶ୍ୱ ପର୍ବତ ଦିବସ । ଏହି ଅବସରରେ ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ପାଳନ କରାଯାଇଛି । ପୁଣି ଚର୍ଚ୍ଚାରେ ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା । ପୂର୍ବରୁ ଏରୋବିକ ମ୍ୟୁଜିକରେ ନାଚି ଲୋକଙ୍କୁ ଫିଟନେସ ଫଣ୍ଡା ବିତିଥିବା ଏହି ଲେଡି ଆଇପିଏସ ଏବେ ଲୋକଙ୍କୁ ପର୍ବତାରୋହଣ କରାଇଛନ୍ତି । ଫିଟନେସ ପାଇଁ ପର୍ବତାରୋହଣ କିଭଳି ସହାୟକ ହୋଇଥାଏ ତାହା ସେ ବିଶ୍ୱ ପର୍ବତାରୋହ ଦିବସରେ ଶିଖାଇଛନ୍ତି । ସ୍ୱାସ୍ଥ୍ୟ ହିଁ ସମ୍ପଦ ଓ ସ୍ୱାସ୍ଥ୍ୟବାନ ହେବା ପାଇଁ ଫିଟନେସ ରହିବା ଜରୁରୀ । ଲୋକଙ୍କୁ ଏହି ମନ୍ତ୍ର ଦେବା ଉଦ୍ଦେଶ୍ୟରେ ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ସାରା ଶର୍ମା । ବୁଧବାର ସକାଳୁ ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମ ପରିସରରେ ଏକାଠି ହୋଇଥିଲେ ପୋଲିସ ଓ ବନବିଭାଗ ଅଧିକାରୀ ଏବଂ ସାଧାରଣ ଜନତା । ଏଠାରୁ ସମସ୍ତେ ସ୍ୱତନ୍ତ୍ର ଗାଡ଼ି ଯୋଗେ ଯାଇଥିଲେ ବୁରୁଖତ । ସେଠାରୁ ପ୍ରାୟ ୭ କିମି ପାହାଡ ଚଢି ପହଞ୍ଚି ଥିଲେ ମହେନ୍ଦ୍ରଗିରିରେ ସେଠାରେ କିଛି ସମୟ ବିତାଇବା ସହ ଭୋଜି ଭିତର ମଜା ବି ଉଠାଇଥିଲେ । ପ୍ରଥମ ଥର ପାଇଁ ଗଜପତି ଜିଲ୍ଲାରେ ବିଶ୍ୱ ପର୍ବତ ଆରୋହଣ ଦିବସ ପାଳନ ହୋଇଛି । ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମାଙ୍କ ପ୍ରଚେଷ୍ଟାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ପୂର୍ବରୁ ଶିଶୁ ଏବଂ ମହିଳାଙ୍କ ସୁରକ୍ଷା ପାଇଁ ସେ ଟିମ ଓ ବାତ୍ୟା ପ୍ରପୀଡିତଙ୍କ ପାଇଁ ନିଜେ ରାସ୍ତାରେ ଥାଳି ଧରି ପାଣ୍ଠି ଯୋଗାଡ କରିବା ଭଳି କାମ କରି ସେ ଚର୍ଚ୍ଚାରେ ରହି ଆସିଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା