



ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା)ପୁଣି ବଢ଼ିଲା ଲକଡାଉନ କଟକଣା ,ଗତକାଲି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ ଜିଲ୍ଲା ସୀମାକୁ ସିଲ୍ କରିବାକୁ ନିର୍ଦେଶ ଦେଇଛନ୍ତି । ସେଥିପାଇଁ ଆଜି ରାଜ୍ୟ ଗୁଡିକରେ ଓ ଜିଲ୍ଲା ଗୁଡିକରେ କଡା ସୁରକ୍ଷା ବଳୟ ରେ ସୀମାଗୁଡିକୁ ସିଲ କରାଯାଇ ପୋଲିସ ମୁତୟନ କରାଯାଇଛି । ଆଜି ରବିବାର ସମସ୍ତ ରାଜ୍ୟ ସରକାର,କେନ୍ଦ୍ରଶାସିତ ଅଞ୍ଚଳ ଜିଲ୍ଲା ପ୍ରଶାସନକୁ ସମସ୍ତ ରାଜ୍ୟ ଓ ଜିଲ୍ଲା ସୀମାକୁ ସିଲ୍ କରାଯାଇଛି । ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ସହ ଏକ ଭିଡିଓ କନଫରେନ୍ସିଂ ସମୟରେ କ୍ୟାବିନେଟ ସଚିବ ରାଜୀବ ଗୌବା ଏବଂ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଲକଡାଉନ୍ ଜାରି ରହିଥିବାରୁ ସହର କିମ୍ବା ରାଜପଥରେ ଲୋକମାନଙ୍କର କୌଣସି ଯାତାୟାତ ଯେମିତି ନଜରକୁ ନ ଆସେ ତାହାକୁ ନିଶ୍ଚିତ କରିବାକୁ କହିଛନ୍ତି । ଯେଉଁ ପ୍ରବାସୀ ଶ୍ରମିକମାନେ ନିଜ ଗାଁ ଅଭିମୁଖେ ବାହାରି ସାରିଛନ୍ତି, ସେମାନେ ପହଂଚିବା ପରେ ସେମାନଙ୍କୁ ତୁରନ୍ତ ସରକାରଙ୍କ ଦ୍ୱାରା ପରିଚାଳିତ ସଙ୍ଗରୋଧ କେନ୍ଦ୍ରରେ ୧୪ଦିନ ରଖିବାକୁ କ୍ୟାବିନେଟ ସଚିବ ରାଜୀବ ଗୌବା ନିର୍ଦେଶ ଦେଇଛନ୍ତି । ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ କରିବା ପରେ କ୍ୟାବିନେଟ ସଚିବ ଗୌବା ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି । ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ସେମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶର କାର୍ଯ୍ୟକାରିତା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ପୁଲିସ ଅଧୀକ୍ଷକ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି କେନ୍ଦ୍ର ସରକାର କହିଛନ୍ତି । ଦେଶର କେତେକ ସ୍ଥାନରେ ପ୍ରବାସୀ ଶ୍ରମିକମାନେ ଆନ୍ଦୋଳନ କରୁଥିବା ଓ ଲକ ଡାଉନକୁ ମାନୁ ନ ଥିବାରୁ ଏଭଳି ନଜରକୁ ଆସିବା ପରେ ଏବେ ଜିଲ୍ଲା ଓ ରାଜ୍ୟ ସୀମାକୁ କଡାକଡି ଭାବେ ସିଲ୍ କରାଯିବାକୁ ନିର୍ଦ୍ଦେଶ ଦିଆ ଯାଇ ରାଜ୍ୟ ସରକାରମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହା ସହ ସେମାନଙ୍କ କାର୍ଯ୍ୟସ୍ଥଳରେ ପ୍ରବାସୀ ଶ୍ରମିକଙ୍କ ସମେତ ଗରିବ ଏବଂ ଅଭାବୀ ଲୋକଙ୍କ ଖାଦ୍ୟ ଏବଂ ଆଶ୍ରୟସ୍ଥଳ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବା ନେଇ କେନ୍ଦ୍ର ସରକାର ଗତକାଲି ନିର୍ଦେଶ ଦେଇଛନ୍ତି । କେବଳ ଅତ୍ୟାବଶ୍ୟକ ଦ୍ରବ୍ୟର ପରିବହନକୁ ଅନୁମତି ଦିଆଯିବକୁ କୁହାଯାଇଛି । ଫଳରେ ସୀମାରେ ଯାତାୟାତ ସମ୍ପୂର୍ଣ ବନ୍ଦ ହୋଇଯାଇଛି । ଅନ୍ୟ ପକ୍ଷରେ ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବା କରନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧକ ମୂଳକ ଯୋଜନା ଗ୍ରହଣ କରୁଥିବା ବେଳେ ଆନ୍ଧ୍ର ଓ ଓଡ଼ିଶାରେ କିଛି ଅଞ୍ଚଳରେ ସାଧାରଣ ଲୋକମାନେ ଲୋକଡାଉନକୁ ମାନୁ ନ ଥିବା ଦେଖିବାକୁ ମିଳିଛି । ରଂଗାଇଲୁଣ୍ଡ ବ୍ଲକ ଅନ୍ତର୍ଗତ ଶାସନପଦର ଠାରେ ଚାଲିଥିବା ଏକ ଇଟା ଭାଟି ଉପରେ ଏହାର କିଛି ପ୍ରଭାବ ପଡି ନ ଥିବା ଦେଖିବାକୁ ମିଳିଛି । କନିସି ତହସିଲଦାର, ରଂଗାଇଲୁଣ୍ଡ ବିଡ଼ିଓ, ଗୋଳନ୍ଥରା ପୋଲିସ ଏହି ରାସ୍ତାରେ ଯିବାଆସିବା କରୁଥିଲେ ମଧ୍ୟ ଏହି ଇଟା ଭାଟି ଉପରେ କଟକଣା କରାଯାଉ ନ ଥିବା ପରିତାପର ବିଷୟ ହୋଇଛି। ସେ ଭଳି ଆନ୍ଧ୍ରା ର ବିଜୟା ନଗରମ ବୁବୁଲି ବିଶାଖାପାଟଣା ସହରର କିଛି ଅଞ୍ଚଳରେ ‘ଘରେ ରୁହ’ଯୋଜନା ସଫଳ ହେଉ ନ ଥିବା ଖବର ମିଳୁଛି । ପରିଶେଷରେ କହିବାକୁ ଗଲେ ଜିଲ୍ଲା ସୀମା ଓ ରାଜ୍ୟ ସୀମା ଗୁଡିକରେ କଡାକଡି ଲକଡାଉନ ଜାରୀ ହୋଇଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
ଆନ୍ଧ୍ରା ପ୍ରଦେଶର କିଛି ଅଞ୍ଚଳରେ ଲକଡାଉନ ଆଦୌ ମାନୁ ନ ଥିବା କିଛି ଦୃଶ୍ୟ ଓ ସାଧାରଣ ଖାଉଟି ବଣ୍ଟନ ମଧ୍ୟ କିପରି ଅବମାନନାରେ କରାଯାଉଛି ଦେଖନ୍ତୁ ……..ଫୋଟୋ ଏମ ଭି ରାମଣ….




