ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ପରିସରରେ ଆଜି ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ବନ୍ଧୁମିଳନ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପୁରାତନ ଛାତ୍ର ସଂସଦ ସଭାପତି ବସନ୍ତ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟରେ ମହାରାଜାଙ୍କ ଦ୍ଵାରା ସ୍ଥାପିତ ପୁରାତନ ଘଣ୍ଟାର ସ୍ଥାନରେ ନବୀକରଣ ଘଣ୍ଟାକୁ ଅନୁଷ୍ଠାନ ଭାବରେ ଉଦଘାଟନ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ କହିଥିଲେ ଯେ ଏହା ଏକ ବିଶେଷ ଅନୁଭୂତି ଏହିପରି କାର୍ଯ୍ୟକ୍ରମ ଦ୍ୱାରା ପୁରୁଣା ସ୍ମୃତି ଜାଗରଣ ହୋଇଥାଏ ବୋଲି କହିଥିଲେ । ସମ୍ନାନିତ ଅତିଥି ଭାବେ ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ପାରଳା ବିଧାୟକ କେ ନାରାୟଣ ରାଓ, ପାରଳା ରାଜକୁମାରୀ ସୁଶ୍ରୀ କଲ୍ୟାଣୀ ଗଜପତି ଯୋଗ ଦେଇଥିବା ବେଳେ ମୁଖ୍ଯ ବକ୍ତା ଭାବେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଯୋଗଦେଇ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ପୁରୁଣା ସ୍ମୃତିକୁ ପୁଣି ମନେପକାଇବା ଓ ପୁରାତନ ବନ୍ଧୁ ମାନଙ୍କୁ ଭେଟି ବାତ୍ତାଳପ କରିବା ପାଇଁ ସୁଯୋଗ ସୃଷ୍ଟି କରିଥାଏ । ଏହି କାର୍ଯ୍ୟକ୍ରମ ନାହାତି ପ୍ରତି ବର୍ଷ କରିବା ଆବଶ୍ୟକ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ୪୦ରୁ ଉର୍ଦ୍ଧ ଅବସରପ୍ରାପ୍ତ ବୟଜେଷ୍ଟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଉପଢୈାକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ପୁରାତନ ଛାତ୍ର ସଂସଦ ସମ୍ପାଦକ ପ୍ରଦୀପ କୁମାର ନାୟକ ସମ୍ପାଦକ ବିବରଣୀ ପ୍ରଦାନ କରିଥିବା ବେଳେ ନୃସିଂହ ଚରଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା