

ପୁରୀ (ସମୃଦ୍ଧ ଓଡିଶା) ଆଜି ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବଡ଼ଦାଣ୍ଡ । ଏହି ଅବସରରେ ଶ୍ରୀ ଜଗନ୍ନାଥ ନିଜର ବଡ଼ଭାଇ ଶ୍ରୀ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ବଡ ଦାଣ୍ଡରେ ପ୍ରବେଶ କରିଛନ୍ତି । ତିନି ଠାକୁର ତିନି ରଥରେ ବସି ନିଜ ମାଉସୀ ମା’ଙ୍କ ମନ୍ଦିରରେ ପହଞ୍ଚିଛନ୍ତି । ଏହି ତିନି ରଥକୁ ଭକ୍ତ ମାନେ ଟାଣି ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ । ଏହି ଅବସରରେ ପୁରୀରେ ରଥଯାତ୍ରା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ପୁରୀ ବଡ଼ଦାଣ୍ଡରେ ପହଞ୍ଚି ରଥ ଟାଣି ଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ତିନି ଠାକୁର ମାଉସୀ ମା’ଙ୍କ ମନ୍ଦିରରେ ପୂଜା ପାଉଛନ୍ତି ବାହୁଡା ଦିନ ପୁଣି ନିଜ ମନ୍ଦିରକୁ ଫେରିବେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା