

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରୁ ଦାନ୍ତୁନ ଯାଇଥିବା ପୁରୁଣା ଓଟିରୋଡର ଚନ୍ଦନାଠାରେ ଏକ ବାଇକ୍ ସହିତ ସାଇକେଲ୍ର ଧକ୍କା ହେବାରୁ ୨ ଆରୋହୀ ଗୁରୁତର ହୋଇଛନ୍ତି । ଆହତ ଶାନ୍ତିଆ ଗ୍ରାମର ସୁରଥ ଅଣ୍ଡିଆଙ୍କ ପୁଅ ଶିବ ଶଂକର ଅଣ୍ଡିଆ (୨୦) ଓ ଚନ୍ଦନା ଗାଁର ଭୁଟା ମାର୍ଣ୍ଣ ପୁଅ ସୁବାସ ମାର୍ଣ୍ଣି (୧୯) ଗୁରୁତର ହୋଇ ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ସଦର ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା
