ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତବର୍ଷ ଜଳେଶ୍ୱରର ପୁରୁଣିଆ ବଜାର ବାସନ୍ତୀ-ଦୁର୍ଗା ପୂଜାର ରଜତ ଜୟନ୍ତୀ ପାଳନ ହେଉଛି । ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି । ବିଲ୍ୱବରଣଠାରୁ ଦଶହରାପୂଜା ଶେଷ ହୋଇଥିଲେ ମଧ୍ୟ ପ୍ରତିଦିନ ସଂଧ୍ୟାରେ ରଂଗାରଂଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି । ଗତ ସଂଧ୍ୟାରେ ଆୟୋଜିତ ଉତ୍ସବରେ ଦୀର୍ଘ ୫୦ବର୍ଷ ଧରି ମା ବାସନ୍ତୀ ଦେବୀଙ୍କୁ ଆବାହନ ଓ ପୂଜାର୍ଚ୍ଚନା କରି ଆସୁଥିବା ରମଣୀ ରଂଜନ ପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେହିପରି ଶିଶୁ ସାହିତ୍ୟିକ ପୀତାମ୍ବର ଦାସଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ପୂଜା କମିଟିର ସମ୍ପାଦକ ଦୁର୍ଜୟ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସମରେଶ ଦିନ୍ଦା, ବ୍ରହ୍ମାନନ୍ଦ ମହାନ୍ତି, ମନୋରଂଜନ ଦାସ ଓ ସରୋଜ କୁମାର ପାଣିଗ୍ରାହୀ ସମ୍ବଦ୍ଧିତ ବ୍ୟକ୍ତିଙ୍କୁ ମାନପତ୍ର, ଅଂଗବସ୍ତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ । ଆୟୋଜିତ ରଂଗାରଙ୍ଗ ପ୍ରତିଯୋଗିତାରେ ଜୁନିୟର ଗ୍ରୁପରୁ ସନˆଧ୍ୟାରାଣି ପ୍ରଧାନ, ଅଭିଲିପ୍ସା କୁଣ୍ଡୁ, ଲକ୍ଷ୍ମୀପ୍ରିୟା ଦାସ ଓ ସିନିୟର ଗ୍ରୁପ୍ରୁ ଆଲିସ ଚନ୍ଦ, ଦିବ୍ୟଜ୍ୟୋତି କାମିଳା, ପ୍ରଜ୍ଞାସ୍ମିତା ବାରିକଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଆନନ୍ଦପୁରର ବିଣାପାଣି ଟ୍ରୁପ୍ସ ଦ୍ୱାରା ନୃତ୍ୟ ସଂଗୀତ ପରିବେଶଣ ହୋଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା