

ପୁରୁଷୋତ୍ତମପୁର (ସମୃଦ୍ଧ ଓଡିଶା) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ପୁରୁଷୋତ୍ତମପୁରରେ ଆୟୋଜିତ ବିଜୟ ସଂକଳ୍ପ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ଗର୍ଜି କହିଛନ୍ତି ଦେଶର ହଳିଆ ଭାବରେ କାମ କରିଚାଲିଛନ୍ତି ମୋଦି ସରକାର ହେଲେ ୨୦ ବର୍ଷ ଶାସନ କରି ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଓ ରାଜ୍ୟବାସୀଙ୍କ ଉନ୍ନତିରେ ବାଧକ ହୋଇ ଠିଆ ହୋଇଛନ୍ତି । ନବୀନ ବାବୁ ସତସାହାସ ଓ ନୈତିକତା ଅଛି ଯଦି ସ୍ଥାନ ଓ ସମୟ ନିର୍ଦ୍ଧାରଣ କରନ୍ତୁ । ଆଉ ବିତର୍କରେ ସାମିଲ ହୁଅନ୍ତୁ ରାଜ୍ୟ ବିକାଶ ପାଇଁ କଣ କରିଛନ୍ତି । ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଏଠାରେ ଯେ ରାଜ୍ୟ ସରକାରଙ୍କ ଉପରେ ନିର୍ଦ୍ଧୁମ ବର୍ଷୀବା ସହ ମୋଦି ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ବଖାଣି ପୁଣି ଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ସମାବେଶରେ ଆହ୍ୱାନ ଦେଇଛନ୍ତି । ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ୧୯ ବର୍ଷର ବିଫଳତା ଏବଂ ଅପାରଗତାକୁ ତୀବ୍ର ସମାଲୋଚନା କରିଛନ୍ତି । ଏଣୁ ରାଜ୍ୟରେ ପରିବର୍ତ୍ତନ ଆବଶ୍ୟକତା ଥିବା ନେଇ ଜନତାଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ । ଗତ ୫ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନାରେ ଅନେକ ପ୍ରକଳ୍ପ ପାଇଁ ଓଡିଶାକୁ କେନ୍ଦ୍ର ସରକାର ଯେତିକି ଅନୁଦାନ ରାଶି ଦେଇଛନ୍ତି । ବାଜପେୟୀ ସରକାରଙ୍କୁ ଛାଡିଦେଲେ ଅନ୍ୟ କୌଣସି ସରକାର ଏତେ ପରିମାଣର ଅନୁଦାନ ଦେଇନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଗୋଲକ ମହାପାତ୍ର, ରାଜ୍ୟ ସମ୍ପାଦକ ବିଭୂତି ଜେନା, ବିଜେପି ଦଳର କବିସୁର୍ଯ୍ୟନଗର ମଣ୍ଡଳୀର ଯୁବନେତା ରଞ୍ଜନ ପଲେଇ, ଘୁମୁସର ଜିଲ୍ଲା ସଭାପତି ସୂର୍ଯ୍ୟ ନାରାୟଣ ଦାଶଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

