ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ବୀର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ଉଦ୍ଦେଶ୍ୟରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅଵସରରେ ସ୍ଥାନୀୟ ଏସକେସିଜି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଫାଟକ ସମ୍ମୁଖରୁ ଏକ ବିରାଟ ୧୦୦ ଫୁଟ ଲମ୍ବାର ତ୍ରିରଙ୍ଗା ପତାକା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି ତ୍ରିରଙ୍ଗା-ପତାକା ଶୋଭାଯାତ୍ରାରେ ପାରଳାଖେମୁଣ୍ଡି ସହରରେ ଥିବା ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ସାମିଲ ରହି ଲମ୍ବାରେ ତ୍ରିରଙ୍ଗା-ପତାକା ଧରି ବିଭିନ୍ନ ସ୍ଲୋଗାନ ଦେଇ ସମଗ୍ର ସହର ପରିକ୍ରମା କରିଥିଲେ । ଏହି ପରିପ୍ରେକ୍ଷୀରେ ଅଖିଳ ଭାରତ ବିଦ୍ୟାର୍ଥୀ ପ୍ରସାଦ ପକ୍ଷରୁ କେ. ଯୁବରାଜ ଓ ତୁଷାର ଦାସ କହିଛନ୍ତି ଯେ, ଗତବର୍ଷ ଫେବୃଆରୀ ମାସ ୧୪ ତାରିଖ ଦିନ ପୁଲୱାମାରେ ଯେଉଁ ଆତଙ୍କବାଦୀ ମରଣାତ୍ମକ ଆକ୍ରମଣରେ ଭାରତର ୪୪ ଜଣ ଯବାନଙ୍କୁ ହତ୍ୟା କରାଯାଇଥିଲା ସେହି ୪୪ ଜଣ ବୀର ଶହୀଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଛି । ବର୍ତ୍ତମାନ ମଧ୍ୟ ଆମର ଯେଉଁ ବୀର ଯବାନମାନେ ଦେଶ ସୀମାନ୍ତରେ ରହି ଆମର ଦେଶବାସୀଙ୍କ ସୁରକ୍ଷା ଦାୟିତ୍ୱ ନେଉଛନ୍ତି, ସେମାନଙ୍କୁ ଅସୀମ ସାହାସ ଦେବା ସହ ସେମାନଙ୍କୁ ଉତ୍ସାହ, ସମର୍ଥନ ଓ ସମ୍ମାନ ଜଣାଇବା ସହ ସେମାନଙ୍କ ପଛରେ ଦେଶବାସୀ ରହିଛନ୍ତି ଉଦ୍ଦେଶ୍ୟ ନେଇ ଆଜିର ଏହି ତ୍ରିରଙ୍ଗା-ପତାକା ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଶୋଭାଯାତ୍ରାରେ ଏସକେସିଜି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ପ୍ରୀତିଶ କୁମାର ସାମଲ, ସହସମ୍ପାଦକ ଏମ.ଶଙ୍କରଙ୍କ ସମେତ ପରିଷଦର ସହସମ୍ପଦକ ସତ୍ୟ ନାରାୟଣ କାର୍ଜି ଓ ଲୋକନାଥ ମିଶ୍ର ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା