ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପିପୁଲସ ୱେଲଫେୟାର ସଜେସନ ଫୋରମର ବାର୍ଷିକ ଅଧିବେଶନ ଭୁବନେଶ୍ୱର ରେଡ଼କ୍ରସ ଭବନରେ ଡ଼. ନନ୍ଦ ନନ୍ଦନ ଦାସଙ୍କର ଅଧ୍ୟକ୍ଷତାରେ ସମାପନ ହୋଇଯାଇଛି । ଡ଼. ନନ୍ଦ ନନ୍ଦନ ଦାସଙ୍କ ଦ୍ୱାରା ରଚିତ “ଲେଟର ଟୁ ଦି ପ୍ରାଇମ ମିନିଷ୍ଟର” ପୁସ୍ତକ ଉନ୍ମୋଚନ କରାଯାଇଛି । ଏହି ପୁସ୍ତକରେ ଡ଼. ଦାସ ପ୍ରଧାନମନ୍ତ୍ରୀଙ୍କ ଠାରୁ ପ୍ରେରଣା ପାଇ ଦେଶରୁ ଦାରିଦ୍ର୍ୟତା, ଅପରାଧ ଦୂରୀକରଣ ସହିତ ଦେଶରେ ସମସ୍ତେ କେବଳ ପ୍ରେରଣାଉତ୍ସ ଓ ସମୃଦ୍ଧି କରିବାର ପ୍ରଣାଳୀ ଗୁଡିକର ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କୁ ଦେଇ ଆସୁଛି । ଡ଼. ଦାସ ଓ ଡ଼. ଭଗବାନ ପ୍ରକାଶ ପୁସ୍ତକର ଆବଶ୍ୟକ ବିଷୟ ଗ୍ରନ୍ଥ ଏବଂ ଦେଶର ଉନ୍ନତିର ସହାୟତାର ପଥ ପ୍ରଦର୍ଶକ ବୋଲି ସୁଚାଇ ଏପରି କୃତିତ୍ୱକୁ ଭୁରିୟସି ପ୍ରଶଂସା କରିଥିଲେ । ଏହି ସଭାରେ ଡ଼. ଭଗବାନ ପ୍ରକାଶ ମୁଖ୍ୟ ଅତିଥି, ସରୋଜ କୁମାର ପଟ୍ଟନାୟକ ଉପଦେଷ୍ଠା, ରାଜ୍ୟ ଲୋକ ସମ୍ପର୍କ ବିଭାଗର ଡେପୁଟି ଡ଼ାଇରେକ୍ଟର ବରଦା ପ୍ରସନ୍ନ ଦାସ, ଯଶବନ୍ତ ଦାସ, କାମିନୀ ମୋହନ ସାମନ୍ତରାୟ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ପୁସ୍ତକର ମୁଖ୍ୟ ସମ୍ପାଦିକା ଶ୍ରୀମତୀ ପୂର୍ଣ୍ଣିମା ମିତ୍ର ଦାସ ବିବିନ୍ନ ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଅନିତା ଦାସ, ଲଳିତ ପଟ୍ଟନାୟକ, ସୁଶାନ୍ତ ସେଠି, ଜୟଲକ୍ଷ୍ମୀ ସେଠି, ଡ଼. ସଚିନନ୍ଦନ ଦାସ, ଅସ୍ମିତା ଦାସ, ଶ୍ରୀନିବାସ ରଥ, ପରମାନନ୍ଦ ନାୟକ, ଦିପାଲି ଦାସ, ଜାପାନୀ ମିତ୍ର, ରଜତ କୁମାର ମିତ୍ର, ସୁନନ୍ଦା ଦାସ, ଆଶୁତୋଷ ଦାସ, ଦୀପିକା ସାହୁ, ପ୍ରଣବା ନନ୍ଦ ଦାସ, ଗୋବିନ୍ଦ ଗୁପ୍ତା, ଅରିଜିତ ସାହୁ, ଜେ.ବି ଷଡ଼ଙ୍ଗୀ, ପ୍ରିୟରଞ୍ଜନ ସାମଲ, ଅମିତ ପଟ୍ଟନାୟକ, ଚିନ୍ମୟ ଦାସ, ଅନୁପମ ପ୍ରଧାନ, ବୋଷ ପ୍ରିୟଦର୍ଶନୀ ରାଉତ, ଅନୁରାଧା ମିଶ୍ର, ରୂପସାନା, ଶୁଶ୍ରୂତା ବେହେରା, ଅଭିଲିପ୍ସା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ ।