ଜଳେଶ୍ୱର (ସମୃଦ୍ଧ ଓଡିଶା) ଶିକ୍ଷକମାନେ ସତ୍ୟ, ଧର୍ମ ଓ ନ୍ୟାୟ ପଥରେ ରହିଲେ ସେମାନଙ୍କୁ ଯଶ ନିଶ୍ଚିତ ମିଳିବ ବୋଲି ଜଳେଶ୍ୱରର ପୂର୍ବତନ ଗୋଷ୍ଠି ଶିକ୍ଷାଧିକାରୀ ବିଜୟ କୁମାର ନାଥ ପ୍ରକାଶ କରିଛନ୍ତି । ଆଜି ପୂର୍ବାହ୍ନରେ ଜଳେଶ୍ୱରର ବିଭିନ୍ନ ପ୍ରାଥମିକ ସଂଗଠନ ପକ୍ଷରୁ ସ୍ଥାନୀୟ ଶିକ୍ଷକ ଭବନଠାରେ ଆୟୋଜିୀତ କାର୍ଯ୍ୟକ୍ରମରେ ଶ୍ରୀ ନାଥ ଉପରୋକ୍ତ ମତବ୍ୟକ୍ତ କରିବା ସଂଗେ ସଂଗେ ପ୍ରତ୍ୟେକ ଶିକ୍ଷକ ଧନର ପିପାଷୁ ନ ହୋଇ ସମ୍ମାନ ପାଇଁ ଚେଷ୍ଟା କରିବାପାଇଁ ସେ ପରାମର୍ଶ ଦେଇଥିଲେ । ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ଉପସଭାପତି ଖଗେନ୍ଦ୍ର ନାଥ ସାହୁଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ପ୍ରାରମ୍ଭରେ ପ୍ରଦୀପ କୁମାର ଜେନା ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ ବେହେରା ବଂଶୀର ମୂର୍ଚ୍ଛନାରେ ତାଙ୍କୁ ବିଦାୟ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଇମତକ ଶିକ୍ଷକ ସଂଘ ପକ୍ଷରୁ ନିମାଇଁପଦ ସେନାପତି, ଜିଲା ପରିଷଦ ଶିକ୍ଷକ ସଂଘ ପକ୍ଷରୁ ଖଗେନ୍ଦ୍ର ନାଥ ପାଳ, ଗଣ ଶିକ୍ଷକ ସଂଘ ପକ୍ଷରୁ ବୁଦ୍ଧଦେବ ଜେନା, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ପ୍ରଫୁଲ୍ଲ କୁମାର ମହାନ୍ତି ଓ କୁମୁଦ ରଂଜନ ଜେନା, ଅବସରପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ଭାଗବତ ଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ରାଉଳ ଓ କପିଳେଶ୍ୱର ମହାନ୍ତି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ଦାସ, ବିଜୟ କୁମାର ଗିରି, କାଳିଚରଣ ପୃଷ୍ଟି, ସ୍ନେହାଶିଷ ପାତ୍ର, ସଂଗୀତା ସାହୁ, ମାନସ ରଂଜନ ଦାସ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀମାନେ ସେମାନଙ୍କର ଅନୁଭୂତି ସଂପର୍କରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଶ୍ରୀ ନାଥଙ୍କୁ ମାନପତ୍ର ଓ ଅଂଗବସ୍ତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ସତ୍ୟରଂଜନ ଦାସ ମାନପତ୍ର ପାଠ କରିଥିବା ବେଳେ ବାଇଧର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା