

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ୩୬ତମ ତିରୋଧାନ ଦିବସ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗୀୟ ଗାନ୍ଧୀଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ସ୍ମୃତିଚାରଣ କରାଯାଇଥିଲା । ଏହା ପରେ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ଗଂଜାମ ଜିଲ୍ଲାର ସମସ୍ତ ବିଧାୟକ ପାର୍ଥି ତଥା ଶମ୍ଭୁନାଥ ପାଣିଗ୍ରାହୀ, ପ୍ରଫୁଲ୍ଲ ପଣ୍ଡା, ଧର୍ମା ରେଡ୍ଡୀ, ସୁବାଷ ରାଉତ, ହରି ହର ସ୍ୱାଇଁ, ବିଜୟ ସାହୁ, ଜିଲ୍ଲା ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ, ଲଷ୍ମୀ ଚରଣ ପାତ୍ର, ପ୍ରଶାନ୍ତ କୁମାର ବିଷୋୟୀ, ପ୍ରମିତ ରଂଜନ ମହାପାତ୍ର, ଚିନ୍ମୟ କୁମାର ହୋତା, ଭାଗିରଥି ବେହେରା, ଶିବ ପାତ୍ର, ବୃନ୍ଦାବନ ଖଟଇଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା




