ଢେଙ୍କାନାଳ(ସମୃଦ୍ଧ ଓଡିଶା)ଆଜି ସକାଳୁ ସକାଳୁ ପୂର୍ବତନ ବିଜେପି ସାଂସଦଙ୍କ ନେତୃତ୍ୱରେ ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇ ଦେଲେ ଉତ୍ତ୍ୟକ୍ତ ଜନତା I ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଲୋକ ହଟହଟା ହେଉଥିବା ବେଳେ ସରକାର ବିଲକୁଲ ଚେତାଇ ନ ଥିବାରୁ ଉତ୍ୟକ୍ତ ଜନତା ଆଜି ବିଦ୍ୟୁତ କାର୍ଯ୍ୟାଳୟ ଉପରେ ଦାଉ ସାଜିଛନ୍ତି I ଢେଙ୍କାନାଳ ବିଜେପି ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ନେତୃତ୍ୱରେ ଶତାଧିକ ଉତ୍ୟକ୍ତ ଜନତା TPCODL ବିଦ୍ୟୁତ କାର୍ଯ୍ୟଳୟରେ ତାଲା ପକାଇ ଦେଇଛନ୍ତି I ଆଜି ସକାଳୁ ଶତାଧିକ ଉତ୍ୟକ୍ତ ଜନତା ସେଠାରେ ପହଞ୍ଚି ସମସ୍ତ କର୍ମଚାରୀ ମାନଙ୍କୁ କାର୍ଯ୍ୟଳୟରୁ ବାହାର କରି ତାଲା ପକାଇଛନ୍ତି I ବିଦ୍ୟୁତ କାଟ ବନ୍ଦ ହେବାଯାଏଁ କାହାକୁ ଏହି ଅଫିସ ଚାବି ଦିଆଯିବ ନାହିଁ ବୋଲି ରୁଦ୍ର ନାରାୟଣ ପାଣି କହିଛନ୍ତି I ତାଲା ପକାଇବା ପରେ ଧାରଣାରେ ବସିଛନ୍ତି ଉତ୍ୟକ୍ତ ଜନତା I