ପେଟାଲସ୍ ଇଣ୍ଟରନେସନାଲ ସ୍କୁଲରେ ଗର୍ବା ୨୦୨୪

ଫୁଲନଖରା(ସମୃଦ୍ଧଓଡିଶା) ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣଝାରିଲୋ, କଟକ ସ୍ଥିତ ପେଟlଲସ୍ ଇଣ୍ଟରନେସନାଲ ସ୍କୁଲରେ ନବରାତ୍ରୀ ବା ଗର୍ବା ରାସ ଖୁବ୍ ଧୁମ୍ ଧାମରେ ଅନୁଷ୍ଠିତ ହୋଇଛି । ଭାରତର ଐତିହ୍ୟ ପରମ୍ପରା ଅନୁଯାୟୀ କେଉଁ ଆବହମାନ କାଳରୁ ଦଶହରା ଦୁର୍ଗାପୂଜା ହର୍ଷ ଉଲ୍ଲାସ ସହିତ ପାଳନ କରାଯାଏ । ଆଧୁନିକ ଯୁଗରେ ସ୍କୁଲ କଲେଜ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହାକୁ ନିଆରା ଢଙ୍ଗରେ ପାଳନ କରାଯାଉଛି । ସେହିପରି ପେଟାଲ ଇଣ୍ଟରନେସନାଲ ସ୍କୁଲରେ ଶାରଦୀୟ ଦୁର୍ଗାପୂଜା ଅବକାଶ ପୂର୍ବରୁ ସ୍କୁଲର ପ୍ରତିଷ୍ଠାତା ଡକ୍ଟର ପ୍ରିୟଦର୍ଶିନୀ ରଥଙ୍କ ତତ୍ତ୍ଵlବଧାନରେ *ଗର୍ବା” କାର୍ଯ୍ୟକ୍ରମ ଖୁବ୍ ସୁନ୍ଦର ଭାବରେ ପରିବେଷିତ ହୋଇଥିଲା । ଗୁଜରାଟୀ ଦାଣ୍ଡିଆ ନାଚ ଧୁମ୍ ର ତାଳେ ତାଳେ ପିଲାମାନେ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜକୁ ସାମିଲ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଫିସିଆଲ୍ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ସବୁ ପିଲାମାନେ ଏଥିରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

ରିପୋର୍ଟ : ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *