
ମୋହନା (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ମୋହନା ବନ ବିଭାଗ ପକ୍ଷରୁ ପେଟ୍ରୋଲି ବେଳେ ଗଂଜାମ ଓ ଗଜପତି ସୀମା ଅଡ଼ବା ଥାନ ଅନ୍ତର୍ଗତ ଖାରିଚିଆ ଜଙ୍ଗଲ ପରିସରରୁ ୧୪ ଖଣ୍ଡ ଶାଳ କାଠ ଗଣ୍ଡି ଜବତ କରାଯାଇଛି । ଏ ନେଇ ମୋହନା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଚଢ଼ାଉ ବେଳେ କାଠ ମାଫିଆ ମାନେ ଫେରାର ହୋଇ ଯାଇଥିଲେ । ଜବତ ଶାଳ କାଠ ଗଣ୍ଡିର ମୂଲ୍ୟ ପାଖା ପାଖି ୮୦ ହଜାର ଟଙ୍କା ହେବ ବୋଲି କୁହାଯାଇଛି । ଏ ନେଇ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଇଥିବା ଜଣାପଡିଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା