ପେଟ୍ରୋଲ-ଡିଜେଲ ଦରଦାମ୍ ବୃଦ୍ଧି ବିରୋଧରେ ମହିଳା ବିଜେଡିର ପ୍ରତିବାଦ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାରମ୍ବାର ପେଟ୍ରୋଲ, ଡିଜେଲ, ଗ୍ୟାସ୍‌ର ଦରବୃଦ୍ଧି ସହିତ ନିତ୍ୟବ୍ୟବହାର୍ଯ୍ୟ ସମସ୍ତ ଆସବାପତ୍ରର ଦରଦାମ୍ ହୁ ହୁ ହୋଇ ବଢୁଥିବାରୁ ଏହାର ପ୍ରତିବାଦ କରି ଜଳେଶ୍ୱର ମହିଳା ବିଜେଡି ପକ୍ଷରୁ ଜଳେଶ୍ୱର ବ୍ଲକ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି । ବିଜେଡିର ଶତାଧିକ ମହିଳା ବ୍ଲକ ସଭାପତି ସଂଜିତା ସେନାପତିଙ୍କ ନେତୃତ୍ୱରେ ବ୍ଲକ ସମ୍ମୁଖରେ ପହଞ୍ଚି ଦରଦାମ ବୃଦ୍ଧି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ବୋଲି କହିଥିଲେ । ସେଠାରେ ଆୟୋଜିତ ସଭାରେ ସଂଜିତା ସେନାପତିଙ୍କ ଅଧ୍ୟକ୍ଷତାରେ ଜିଲା ସଭାନେତ୍ରୀ ବନ୍ଦୁବାଳା ନନ୍ଦି, ଜିଲାପରିଷଦ ସଦସ୍ୟା ରଙ୍ଗଲତା ଆଚାର୍ଯ୍ୟ, ମିନତୀ କାମିଳା, ଗୀତାଞ୍ଜଳି ସାମନ୍ତ ପ୍ରମୁଖଙ୍କ ସହିତ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ମଧୁ ସେନାପତି, ଯୁବ ସଭାପତି ଚନ୍ଦନ କର, ଛାତ୍ର ସଭାପତି କାଳିଚରଣ ଦାସ, ବ୍ଲକ ସଭାପତି ଭୂପତି ମିର୍ଦ୍ଧା, ରାଜେନ୍ଦ୍ର ପାତ୍ର, ଆନନ୍ଦ କର, ରାସବିହାରୀ ରଣା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସମବାୟବିତ୍ ମାନସ ରଂଜନ ଜେନା ସ୍ମାରକପତ୍ର ପାଠ କରିଥିଲେ । ଗତ କିଛିଦିନ ମଧ୍ୟରେ ଖାଇବା ତେଲ ଠାରୁ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ, ପରିବା ଠାରୁ ଡାଲି ପର୍ଯ୍ୟନ୍ତ ସର୍ବଶେଷରେ ପେଟ୍ରୋଲ ଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି ଯୋଗୁଁ କେନ୍ଦ୍ରରେ ବିଜେପି ସରକାରଙ୍କୁ ସମାଲୋଚନା କରିଥିଲେ । ବିଭିନ୍ନ ନାରାବାଜି ଦ୍ୱାରା ସାଧାରଣ ଲୋକେ କିପରି ଦୟନୀୟ ହେଉଛନ୍ତି ସେ ସମ୍ପର୍କରେ ସେମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ରିପୋର୍ଟ : ଭୂପତି ପରିଡା