

ରାୟଗଡା(ତୁଷାର ରଞ୍ଜନ ସାହୁ )ପେଟ୍ରୋଲ ଓ ଡିଜେଲ ଦରରେ କେନ୍ଦ୍ର ସରକାର ଟ. ୨.୫୦ ପ. କମାଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଟ.୨.୫୦ପ.କମାଇବା ପାଇଁ ଦାବୀ କରି ରାୟଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ ଗତକାଲି ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ବିଜେପି କର୍ମୀମାନେ ରାୟଗଡା କପିଳାଶ ଛକ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରି ବିକ୍ଷୋଭ କରିଥିଲା । ଏଥିରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜନଜାତି ମୋର୍ଚ୍ଚା କାଳିରାମ ମାଝୀଙ୍କ ନେତୃତ୍ୱରେ ଶତାଧିକ କର୍ମୀଙ୍କୁ ନେଇ ସହରର ବିଭିନ୍ନ ସ୍ଥାନରେ ନାରାବାଜି କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତା ସମ୍ପର୍କରେ ଉଦବୋଧନ ଦେଇ ଜନଜାଗରଣ ସୃଷ୍ଟି କରିଥିଲେ।ପେଟ୍ରୋଲ ଓ ଡିଜେଲ ଦରରେ ବିଜେଡି ୨.୫୦ ପଇସା ହ୍ରାସ ନ କରି ଚିର ନିଦ୍ରାରେ ଶୋଇଛି, ରାଜ୍ୟ ଯଦି ଛାଡ଼ନ୍ତା ତାହେଲେ ବସ ଭଡା ଠୁ ଆରମ୍ଭ କରି ବହୁ ଦ୍ରବ୍ୟରେ ଏହାର ପ୍ରଭାବ କମ ପଡ଼ନ୍ତା । ଆଗାମୀ ଦିନରେ ଏହାର ଭ୍ୟାଟ ମୂଲ୍ୟ ରାଜ୍ୟ ସରକାର ପାଖାପାଖି ୨୮ଟଙ୍କା ନେଉଥିବାବେଳେ କେନ୍ଦ୍ର ସରକାର ୧୭ ଟଙ୍କା ନେଉଛି । ସେହିଭଳି ହଳଧର ମିଶ୍ର ଓ ରଜତ ମାଦଳା ମଧ୍ୟ ସମାନ ଅଭିଯୋଗ କରି ବିଜେଡି ଏକ ଜନ ବିରୋଧୀ ସରକାର କହି ବିଭିନ୍ନ ସମାଲୋଚନା କରିଥିଲେ । ପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।ପେଟ୍ରୋଲ ଓ ଡିଜେଲ ଦର ନ କମାଇଲେ ଆଗକୁ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ଚେତାବନୀ ଦେଇଥିଲେ।

