ପୋଖରୀରୁ ୭୨ବର୍ଷୀୟ ଏକ ବୃଦ୍ଧର ଶବ ଉଦ୍ଧାର …

ଛତ୍ରପୁର (ନିମାଇଁ ଚରଣ ପଣ୍ଡା )ପଟଲାମ ପୁର ନୁଆଁ ସାହିର ୭୨ବର୍ଷୀୟ ଏକ ବୃଦ୍ଧ ରଘୁ ବରଡ଼ ଗତକାଲିରୁ ନିଖୋଜ ଥିଲେ ବୋଲି ତାଙ୍କ ପତ୍ନୀ ଖୋଜା ଖୋଜି କରୁଥିବା ବେଳେ ପୋଖରୀ ହିଡରେ ତାଙ୍କ ଜୋତା ଓ ସାର୍ଟ ପଡିଥିବା ଦେଖି ଗାଁ ଲୋକଙ୍କୁ ଜଣାଇଲେ।ଗାଁ ଲୋକେ ପୋଖରୀରୁ ବୃଦ୍ଧକୁ ଉଦ୍ଧାର କରି ଛତ୍ରପୁର ସରକାରୀ ହସପିଟାଲକୁ ନେଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପଟଳମପୁର ସରପଞ୍ଚ ରମେଶ ବାରିକ ଥାନାରେ ଏତଲା ଦେବାରୁ ଛତ୍ରପୁର ଥାନା ଏକ ଅପମୃତ୍ୟୁ କେଶ ରୁଜୁ କରି ତଦନ୍ତ ଚଳାଇଛି।