ପୋଖରୀରେ ଗୋଡ ଖସି ନାବାଳକ ମୃତ୍ୟୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ସକାଳେ ପୋଖରୀକୁ କାଦୁଅଗୋଡ ଧୋଇବାକୁ ଯାଇଥିବା ଜଣେ ନାବାଳକ ପୋଖରୀରେ ବୁଡି ମରିଥିବାର ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଳେଶ୍ୱର ପୌରପରିଷଦର ୧୩ ନଂ ୱାର୍ଡ ନନ୍ଦିକା ଗାଁର ବିଜୟ ଗିରିଙ୍କ ପୁଅ ଗୌରଗୋପାଳ ଗିରି (୯) ସକାଳେ ଟ୍ୟୁସନରୁ ଫେରି କାଦୁଅ ଗୋଡ ଧୋଇବାକୁ ପୋଖରୀକୁ ଧୋେଇବାକୁ ଯାଇଥିଲା । ସେଠାରେ ତାର ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲା । ଦୀର୍ଘ ସମୟ ସେ ଘରକୁ ନ ଫେରିବାରୁ ତାର ପାରିବାର ବର୍ଗ ଖୋଜାଖୋଜି ଆରମ୍ଭ କରିଥିଲେ । ଶେଷରେ ପୋଖରୀ ହୁଡାରେ ତାର ଜୋତା ପଡିଥିବାର ଦେଖି ସନ୍ଦେହ ପ୍ରକଟ କରି ପୋଖରୀ ପାଣିରେ ଖୋଜାଖୋଜି କରିବା ପରେ ତାକୁ ଉଦ୍ଧାର କରାଯାଇଥିଲା । ସଂଗେ ସଂଗେ ତାକୁ ଜିକେଭଟ୍ଟର ହସ୍ପିଟାଲକୁ ନିଆଯିବା ପରେ ସେଠାରେ ଡାକ୍ତାର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଫଳରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସରକାରଙ୍କ ନିତୀନିୟମ ଅନୁଯାୟୀ ସରକାରୀ ସହାୟତା ତାର ପରିବାରକୁ ଯୋଗାଇ ଦେବାପାଇଁ ସେହି ୱାର୍ଡର ଆଦିତ୍ୟ ନାରାୟଣ ପାତ୍ର ଓ ରବିନାରାୟଣ ପାତ୍ର ଦାବି କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା