ପୋଖରୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ…..

ରାୟଗଡ଼ା (ତୁଷାର ରଞ୍ଜନ ସାହୁ) ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ କୁସୁକୁ ଗ୍ରାମର ୪ ଜଣ ନାବାଳକ ଗୁରୁବାର ସନ୍ଧ୍ୟାରେ ମିଶି ଖେଳୁଥିଲେ । ସାଙ୍ଗଙ୍କ ସହିତ ଖେଳାଖେଳି ସାରି ଗଁ। ଠାରୁ କିଛି ଦୂରରେ ଥିବା ପୋଖରୀ ନିକଟକୁ ଯାଇଥିଲେ । ପୋଖରୀ ପାଖରେ କିଛି ସମୟ ଖେଳିବା ପରେ ପଞ୍ଚୁ ଓ ନିବେନ ଦୁଇ ସାଙ୍ଗ ଉକ୍ତ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଅନ୍ୟ ଦୁଇ ଜଣ ସାଙ୍ଗ ସେଠାରେ ନ ଗାଧୋଇ ନିଜ ଘରକୁ ପଳାଇ ଯାଇଥିଲେ । ପୋଖରୀରେ ଗାଧୋଉଥିବା ଦୁଇ ଜଣ ନାବାଳକ ପାଣିରେ ବୁଡ଼ିଯାଇଥିଲେ । ଗଁ। ର ଯୁବକମାନେ ପୋଖରୀରେ ବୁଡିଯାଇଥିବା ଦୁଇ ନାବାଳକଙ୍କୁ ଉଦ୍ଧାର କରିବା ପାଇଁ ଖୋଜାଖୋଜି କରିଥିଲେ । ପରେ ପିଲା ଦୁଇଜଣଙ୍କର କୌଣସି ସୂଚନା ନ ପାଇ ପରିବାର ଲୋକେ ଏନେଇ ଶେଷଖାଲ ଥାନାରେ ସୂଚନା ଦେଇଥିଲେ। ତେବେ ଆଜି ସକାଳୁ ନଦୀରେ ଦୁଇ ନାବାଳକଙ୍କ ମୃତଦେହ ଭାସୁଥିବା ଗାଁ ଲୋକେ ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ମୃତଦେହ ଦୁଇଟିକୁ ଉଦ୍ଧାର କରିଥିଲେ। ତେବେ ଏ ସମ୍ପର୍କରେ ସୂଚନା ପାଇ ଶେଷଖାଲ ଥାନା ପୁଲିସ କୁସୁକୁ ଗାଁରେ ପହଞ୍ଚି ମୃତଦେହ ଦୁଇଟିକୁ ପଞ୍ଚାନାମା କରି ବ୍ୟବଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।