

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ଏନଏସିର ରାଣୀପଡା କଲ୍ୟାଣ ମଣ୍ଡପଠାରେ ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ପଞ୍ଜିକୃତ ଶ୍ରମିକମାନଙ୍କୁ ପରିଚୟ ପତ୍ର ଓ ବିଭିନ୍ନ ସହାୟତା ରାଶି ବଣ୍ଟନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ୧୧୦୦ରୁ ଉର୍ଦ୍ଧ୍ୱ ନିର୍ମାଣ ଶ୍ରମିକମାନଙ୍କୁ ପରିଚୟ ପତ୍ର ଓ ସହାୟତା ରାଶି ବଣ୍ଟନ କରିଛନ୍ତି । ଏଥିରେ ଛତ୍ରପୁର ଶ୍ରମ ଅଧିକାରୀ, ବହୁ ନିର୍ମାଣ ଶ୍ରମିକ ମହିଳାମାନଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

