ପୋଲସରା (ସମୃଦ୍ଧ ଓଡିଶା) ଆଜି ସନ୍ଧ୍ୟା ୫ଘଣ୍ଟ ସମୟରେ ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ବ୍ଲକ ଅନ୍ତର୍ଗତ ନିମିନା ଗ୍ରାମ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଓ ଜେ.ଡେଙ୍ଗାପଦର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ନେତୃତ୍ୱରେ ୪୦୦ରୁ ଉର୍ଦ୍ଧ୍ବ ଏବଂ କଳମ୍ବ ଗ୍ରାମ ପଞ୍ଚାୟତ୨୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଦଳ ତ୍ୟାଗକରି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ଭୁବନେଶ୍ୱର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରି ୪୦୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଦଳ ତ୍ୟାଗକରି ବିଜୁ ଜନତା ଦଳରେ ସାମିଲି ହେଲେ ବୋଲି ଖବର ପହଞ୍ଚିଛି । ସାଥିରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ଅଛନ୍ତି । ଅନ୍ୟପକ୍ଷରେ ଏମାନେ ବିଜେପି କର୍ମୀ ନା ବିଜେଡି କର୍ମୀ ସେ ନେଇ ସନ୍ଦେହ ଉପୁଜିଛି। ଗୋପାଳପୁର ବିଧାୟକ ଏଭଳି ନିଜ ବିଜେଡି କର୍ମୀ ଙ୍କୁ ନେଇ ମିଶ୍ରଣ ପର୍ବ କରି ନବୀନଙ୍କ ସମୁଖରେ ବାଃ ବାଃ ନେବାରେ ବେଶ ଧୁରନ୍ଧର ବୋଲି ନିକଟରେ ଗୋପାଳପୁର ବିଜେପି ନେତୃମଣ୍ଡଳୀ ଅଭିଯୋଗ କରିଥିଲେ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା